ଅଢ଼େଇ କୋଟିରେ ବିକ୍ରି ହେଲା ମହାତ୍ମା ଗାନ୍ଧୀଙ୍କ ଚଷମା

ଅଢ଼େଇ କୋଟିରେ ବିକ୍ରି ହେଲା ମହାତ୍ମା ଗାନ୍ଧୀଙ୍କ ଚଷମା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ଚଷମା ଅଢ଼େଇ କୋଟି ଟଙ୍କାରେ ବିକ୍ରି ହୋଇଛି। ସୁନା ଫ୍ରେମରେ ପ୍ରସ୍ତୁତ ଏହି ଚଷମାକୁ ଗାନ୍ଧୀ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବ୍ୟବହାର କରୁଥିଲେ। କିଛିଦିନ ବ୍ୟବହାର କରିବା ପରେ ଏହି ଚଷମାକୁ ତାଙ୍କର ଜଣେ ପ୍ରଶଂସକକୁ ସେ ଉପହାର ଭାବେ ଦେଇଥିଲେ। ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ହନହାମ ସ୍ଥିତ ଇଷ୍ଟ ବ୍ରିଷ୍ଟଲ ଅକ୍ସନ୍ସ ସଂସ୍ଥା ପକ୍ଷରୁ ଏହାର ନିଲାମ ଡକାଯାଇଥିଲା। ତେବେ ଚଷମା ଏତେ ମୂଲ୍ୟରେ ବିକ୍ରି ହେବ ବୋଲି କେହି ଆଶା ରଖି ନ ଥିଲେ। ନିଲାମରେ ଭାଗ ନେଇଥିବା ସବୁ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିଲାମ ଡକାଳି। ଅନ୍ ଲାଇନରେ ହୋଇଥିବା ଏହି ନିଲାମ ଗତ ଶୁକ୍ରମାର ଶେଷ ହୋଇଥିଲା। ଚଷମାକୁ ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ଜଣେ ବୟସ୍କ ବ୍ୟକ୍ତି କିଣିଥିଲେ ମଧ୍ୟ ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ। ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ଉକ୍ତ ଚଷମାକୁ ଜଣେ ବ୍ରିଟିସ ନାଗରିକଙ୍କୁ ପ୍ରଦାନ କରିଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକାରେ ବ୍ରିଟିସ ପାଟ୍ରୋଲିୟମ ପାଇଁ କାର୍ଯ୍ୟ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: