ବିଶ୍ୱର ୫୯ ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ

ବିଶ୍ୱର ୫୯ ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଶ୍ୱରେ ବଢ଼ିବାରେ ଚାଲିଛି ଅମାନିଆ ଓମିକ୍ରନ । ୫୯ ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ । ଏହାକୁ ନେଇ ବିଶ୍ୱବ୍ୟାପି ଦେଖାଯାଇଛି ଆତଙ୍କ । ବୁଷ୍ଟର ଡୋଜକୁ ମାତ ଦେଇ ସଂକ୍ରମିତ କରୁଛି ଓମିକ୍ରନ । ଆମେରିକାରେ ବୁଷ୍ଟର ଡୋଜ ନେଇଥିବା ଜଣେ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ସେହିପରି ସିଙ୍ଗାପୁରରେ ବୁଷ୍ଟର ଡୋଜ ନେଇଥିବା ୨ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଦକ୍ଷିଣ ଆଫ୍ରିକାରେ ନଭେମ୍ବର ୨୫ରେ ପ୍ରଥମ ଓମିକ୍ରନ କେସ୍ ସାମ୍ନାକୁ ଆସିଥିଲା । ଏହାପରେ ସଂକ୍ରମଣ ବ୍ୟାପିବା ସହ ଚତୁର୍ଥ ଲହର ଆସିଛି । କୋଭିଡର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ ସଂକ୍ରମଣ ଆରମ୍ଭରୁ ଲୋକଙ୍କ ପ୍ରତିରୋଧକ ଶକ୍ତିକୁ ଅଧିକ ମାତ୍ ଦେଉଛି । ଏହା ଦ୍ୱାରା ବିଟା ଓ ଡେଲଟା ଭାରିଆଣ୍ଟ ତୁଳନାରେ ଅନ୍ୟୂନ ତିନିଗୁଣା ଅଧିକ ପୁନଃସଂକ୍ରମଣ ହେଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ।ସେହିପରି ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଗଷ୍ଟ ସୁଦ୍ଧା ୬୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ ହୋଇଥିଲେ । ଏଥିସହ ବୟସ୍କଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କୁ ଟିକାକରଣ କରାଯାଇଥିଲା । ଏଥିଯୋଗୁ ଦକ୍ଷିଣ ଆଫ୍ରିକାରେ ଛୋଟଧରଣର ଚତୁର୍ଥ ଲହର ଆଶା କରାଯାଉଥିଲା । କିନ୍ତୁ ଓମିକ୍ରନ ମ୍ୟୁଟେସନ ଯୋଗୁ ଲୋକଙ୍କ ସ୍ୱାଭାବିକ ପ୍ରତିରୋଧକ ଶକ୍ତି ମାତ୍ ଦେଉଥିବାରୁ ଚିନ୍ତା ବଢ଼ିଛି। ଏପରିକି ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ ମଧ୍ୟ ଓମିକ୍ରନ ସଂକ୍ରମଣର ଆଶଙ୍କା ରହିଛି । ଭାରତର ୫ ଟି ରାଜ୍ୟରୁ ୩୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି। ସମଗ୍ର ବିଶ୍ୱରେ ୨୯୩୬ ଓମିକ୍ରନ ଘଟଣା ଦେଖିବାକୁ ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: