ସାମାନ୍ୟ ଝଗଡ଼ାରୁ ଏସିଡ୍ ଆଟାକ୍‌, ୪ ଗୁରୁତର

ସାମାନ୍ୟ ଝଗଡ଼ାରୁ ଏସିଡ୍ ଆଟାକ୍‌, ୪ ଗୁରୁତର

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ପୁଣି ଏସଡି ଆଟାକ୍‌ ଘଟଣା ନଜରକୁ ଆସିଛି। ଏଥିରେ ୪ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ବରଗଡ଼ ସହରର ନୂଆପଡ଼ାରେ ଘଟିଛି ଲୋମଟାଙ୍କୁରା ଘଟଣା । ସାମାନ୍ୟ ଘରୋଇ କଳହକୁ କେନ୍ଦ୍ର କରି ହୋଇଛି ଏସଡି ଆଟାକ୍‌ । ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଆହାତଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ଅନୁଯାୟୀ, ନୂଆପଡ଼ାର ମନୋଜ ସୋନି ଓ ପବନ ସୋନିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ପରେ ଝଗଡ଼ା ବଢିଥିଲା ଯେଉଁଥିରେ ପବନ ସୋନି ରାଗିଯାଇ ମନୋଜ ସୋନିଙ୍କ ଉପରକୁ ଏସିଡ ମାଡ଼ କରିଥିଲେ ।କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ପଡୋଶୀ ଘରୁ ତିନି ଜଣ କଳି ସମାଧାନ କରିବାକୁ ଆସିଥିବା ବେଳେ ସେମାନଙ୍କ ଉପରକୁ ମଧ୍ୟ ଏସିଡ଼୍ ମାଡ଼ ହୋଇଛି। ଯେଉଁଥିରେ ସେମାନେ ବି ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।ଏସଡି ଆଟାକ୍‌ ରେ ସେମାନଙ୍କ ଶରୀରର ଅନେକ ଅଂଶ ଜଳିଯାଇଥିବାର ଜଣା ପଡିଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: