ରକ୍ତମୁଖା ହେଲା ସେନା,୩୦ରୁ ଅଧିକ ନୀରିହ ଲୋକଙ୍କୁ ଗୁଳି କରି ହତ୍ୟାକଲା ମିଆଁମାର ସେନା

ରକ୍ତମୁଖା ହେଲା ସେନା,୩୦ରୁ ଅଧିକ ନୀରିହ ଲୋକଙ୍କୁ ଗୁଳି କରି ହତ୍ୟାକଲା ମିଆଁମାର ସେନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ମିଆଁମାରରେ ସେନା ବର୍ବରତା,୩୦ରୁ ଅଧିକ ଲୋକଙ୍କୁ ଗୁଳି କରି ହତ୍ୟା କରିବା ପରେ ସେମାନଙ୍କୁ ଜାଳିଦେଇଛି ସେନାବାହିନୀ। ଏଥିସହ କିଛି ଯାନରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ଥିବା ଜଣା ପଡିଛି। ସ୍ଥାନୀୟ ଗଣମାଧ୍ୟମ ଓ ମାନବାଧିକାର ସଙ୍ଗଠନର ସଦସ୍ୟ ଏନେଇ ସୂଚନା ଦେବା ସହ ଘଟଣାର ଫଟୋ ଭାଇରଲ ହେଉଛି।ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶୁକ୍ରବାର କାୟା ରାଜ୍ୟର ମୋ ସୋ ଗ୍ରାମରେ ଅନେକ ବ୍ୟକ୍ତିଙ୍କ ମୃତଦେହ ପୋଡାଯାଇଥିବାର ଭାଇରାଲ ଫଟୋ ଓ ଭିଡ଼ିଓରୁ ଦେଖିବାକୁ ମିଳୁଛି । ତେବେ ସେନା ଏମାନଙ୍କୁ ଆତଙ୍କବାଦୀ ସଜାଇ ହତ୍ୟା କରିଛି । ଏହି ନୀରିହଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିବା କହିଛି ସେନା । ସ୍ଥାନୀୟ ମାନବାଧିକାର ସଂଗଠନ କହିଛି, ଯୁଦ୍ଧ ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମୃତଦେହ ଜଳୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ବୟସ୍କ, ମହିଳା ଓ ଶିଶୁ ରହିଛନ୍ତି। ମିଆଁମାରରେ ଶାସନ କରୁଥିବା ମିଲିଟାରୀ ଶାସକମାନେ ଏପରି ନରସଂହାର କରିଛନ୍ତି। ହପରୁସୋ ସହରର ମୋ ସୋ ଗାଁରେ ଏପରି ଘଟଣା ଘଟିଛି। ଆମେ ଏପରି ମାନବାଧିକାରର ଉଲ୍ଲଙ୍ଘନ ଓ ବର୍ବର ହତ୍ୟାକାଣ୍ତକୁ କଡ଼ା ନିନ୍ଦା କରୁଛୁ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ଦାବି କରିଛି।ଅନ୍ୟପକ୍ଷରେ ସେନା ପକ୍ଷରୁ କୁହାଯାଇଛି ଯେ ଆମେ ସଂଖ୍ୟାଧିକ ଅସ୍ତ୍ରଶସ୍ତ୍ରରେ ଖଚିତ ଆତଙ୍କବାଦୀଙ୍କୁ ହତ୍ୟା କରିଛୁ। ସେମାନେ ଉକ୍ତ ଗାଁରେ ରହି ସେନା ଶାସନ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ। ଏହି ଲୋକମାନେ ୭ଟି ଗାଡ଼ିରେ ଥିଲେ। ସେମାନଙ୍କୁ ଯବାନମାନେ ଚେକିଂ ପାଇଁ ଅଟକାଇ ଥିଲେ ହେଁ ସେମାନେ କିଛି ବି ଶୁଣି ନଥିଲେ। ଫଳରେ ସେମାନଙ୍କୁ ଗୁଳି କରାଯାଇଛି। ତେବେ ମାନବାଧିକାର ସଂଗଠନର ଅଭିଯୋଗ ସମ୍ପର୍କରେ ସେନା କିଛି ବି କହିନି। ସାମ୍ନାକୁ ଆସିଥିବା ଫଟୋରେ ଗାଡ଼ି ଓ ମୃତଦେହ ଜଳୁଥିବା ଦେଖିବାକୁ ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: