ମାର୍ଚ୍ଚରେ ଭାରତରେ ଓମିକ୍ରନ ପିକରେ ପହଞ୍ଚିବ

ମାର୍ଚ୍ଚରେ ଭାରତରେ ଓମିକ୍ରନ ପିକରେ ପହଞ୍ଚିବ

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବିଶ୍ୱରେ ଚିନ୍ତା ବଢେଇବା ସହ ଭୟ ସୃଷ୍ଟି କଲାଣି। ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି କହୁଛନ୍ତି ଗବେଷକ। ତେଣୁ ସବୁ ପ୍ରକାର ସୁରକ୍ଷା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସତର୍କ କରାଇ ଦେଇଛନ୍ତି ସରକାର ଓ ବିଶେଷଜ୍ଞ।ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ଵାଲ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚରେ ଭାରତରେ କରୋନା ନୂଆ ଭାରିଏଣ୍ଟ ପିକରେ ପହଞ୍ଚିବ । ସେତେବେଳେ ଦୈନିକ ସଂକ୍ରମଣ ୧ ଲକ୍ଷ ୮୦ ହଜାରକୁ ଟପିଯିବ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି । ସେତେବେଳେ ଦୈନିକ ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମେଡିକାଲରେ ଭର୍ତ୍ତି ହେବେ । ଏହି ନୂଆ ଭାରିଏଣ୍ଟ ୨୦୨୨ ଫେବୃଆରୀ ମାସ ଆଡକୁ ଦ୍ରୁତ ଗତିରେ ସଂକ୍ରକଣ ହୋଇ ମାର୍ଚ୍ଚରେ ପିକରେ ପହଞ୍ଚିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଦେଶର ୧୭ ଟି ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବଢ଼ି ଚାଲିଛି । ବର୍ତ୍ତମାନ ଦେଶରେ ଓମିକ୍ରନ ସଂକ୍ରମଣ ମାମଲା ୩୫୦ ରେ ପହଞ୍ଚିଛି ।ତେବେ ସେଥିମଧ୍ୟରୁ ୧୮୩ ଓମିକ୍ରନ ମାମଲାକୁ ବିଶ୍ଲେଷଣ କରି ଦେଖାଯାଇଛି ଯେ ୯୧ % ସଂକ୍ରମିତ କରୋନା ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି । ଏହାଛଡ଼ା ସେମାନଙ୍କ ମଧ୍ୟରୁ ୭୦% ଲକ୍ଷଣ ବିହୀନ ଥିବା ବେଳେ ୬୧ % ପୁରୁଷ ଥିବା ଜଣାଯାଇଛି । ଓମିକ୍ରନ ଡେଲଟା ଭାରିଏଣ୍ଟ ଠାରୁ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏହା ଦେଢ଼ ରୁ ୩ ଦିନ ମଧ୍ୟରେ ଦୁଇଗୁଣ ହୋଇଥାଏ ବୋଲି କୁହାଯାଇଛି । ଅନ୍ୟପକ୍ଷେ ଏହି ଭାରିଏଣ୍ଟ ୨୪ ଜଣକ ଜୀବନ ନେଲାଣି ବିଶ୍ୱରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: