ପିସିସି: ପଟ୍ଟନାୟକ-କଂଗ୍ରେସ-କମିଟି

ପିସିସି: ପଟ୍ଟନାୟକ-କଂଗ୍ରେସ-କମିଟି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୨୦ ଉପନିର୍ବାଚନ ସମୟରେ ବାଲେଶ୍ୱର ସଦର ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ଏହା ପୂର୍ବରୁ ତାଙ୍କୁ କଂଗ୍ରେସରେ ଦେଖା ଯାଇ ନ ଥିଲା। ଏପରିକି ତାଙ୍କର ବିଜେଡି ସହ ସମ୍ପର୍କ ଥିବା କୁହାଯାଉଥିଲା। ଏପରିକି ବିଜେଡିର ବିଭିନ୍ନ ପ୍ରତିବାଦରେ ତାଙ୍କୁ ସାମିଲ ହୋଇଥିବାର ଦେଖିବାକୁ ମିଳୁଥିଲା। ୨୦୧୯ ମସିହା ଜାନୁଆରୀ ୮ ତାରିଖରେ ନୂଆଦିଲ୍ଲୀରେ ବିଜେଡିର କୃଷକ ଅଧିକାର ସମାବେଶରେ ବିଜେଡିର ନେତା ଓ କର୍ମୀଙ୍କ ଗହଣରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ବିଜେଡି ଟିକେଟ୍ ପାଇଁ ଅଫିସିଆଲ ଆବେଦନ ମଧ୍ୟ କରିଥିଲେ, କିନ୍ତୁ ତାଙ୍କୁ ଦଳ ଟିକେଟ୍ ଦେଇ ନ ଥିଲା। ଏହାପରେ କଂଗ୍ରେସ ତାଙ୍କୁ ନିଜ ପ୍ରାର୍ଥୀ କରି ଉପନିର୍ବାଚନରେ ଅମାନତ୍ ହରାଇଥିଲା। କଂଗ୍ରେସରୁ ଟିକେଟ୍ ପାଇବା ଓ ବିଜେଡି ଛାଡ଼ିବା ଭିତରେ ହୁଏତ ଏକ ଅଜଣା ରହସ୍ୟ ରହିଛି। ତଥାପି ବି ତାଙ୍କୁ ଅତି କମ୍ ସମୟ ମଧ୍ୟରେ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ପୂର୍ବରୁ ଏହି ଦାୟିତ୍ୱରେ ପୁରୀରୁ ଦୁଇ ଥର ବିଧାୟକ ଓ ଦୁଇ ଥର ଲୋକସଭା ସାଂସଦ ହୋଇଥିବା ଅନ୍ୟତମ କଂଗ୍ରେସର ଟାଣୁଆ ନେତା ବ୍ରଜମୋହନ ମହାନ୍ତିଙ୍କ ଝିଅ ସୁଚରିତା ମହାନ୍ତି ରହିଥିଲେ। ତେବେ ତାଙ୍କୁ ମିଳିଥିବା ଏହି ପୁରସ୍କାର ପଛରେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି।

ନବଜ୍ୟୋତି ପଟ୍ଟନାୟକ ୨୦୧୯ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ୧ ଲକ୍ଷ ୭୯ ହଜାର ୪୦୩ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ସେ ହାରିଥିଲେ ସୁଦ୍ଧା ନିରଞ୍ଜନ ପଟ୍ଟନାୟକ ସଭାପତି ହୋଇଥିବାରୁ ସିଏ ଯାହାକୁ ଚାହିଁବେ ଏଠାରେ ଟିକେଟ୍ ଦେବେ। ନିରଞ୍ଜନଙ୍କ ଆଳରେ ହାରିଥିଲେ ସୁଦ୍ଧା ନବଜ୍ୟୋତିଙ୍କ ମନମାନି ମଧ୍ୟ ଅନୁରୂପ ରହିଛି। ବାପା ଯାହାକୁ ଚାହିଁବେ ପ୍ରାର୍ଥୀ କରିବେ କିମ୍ୱା ପୁଅ ଯାହାକୁ ଚାହିଁବେ ବାପା ଟିକେଟ୍ ଦେବେ। ମୋଟାମୋଟି ଭାବେ ନିରଞ୍ଜନ ଫ୍ୟାମିଲି ଏକପ୍ରକାର ଏଠାରେ ମନମାନି କରୁଥିବା ଚର୍ଚ୍ଚା ହେଉଛି। ତେଣୁ, ଏହି ପରିପ୍ରେକ୍ଷୀରେ ପଟ୍ଟନାୟକ-କଂଗ୍ରେସ-କମିଟି ଓ ମମତା କୁଣ୍ଡୁଙ୍କ ସମ୍ପର୍କ ଯେ କେତେ ମଜଭୁତ, ତାହା ସହଜରେ ଅନୁମେୟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: