ଧୋନିଙ୍କ ପାଞ୍ଚଟି ମହଙ୍ଗା ଗାଡ଼ି ବିଷୟରେ ଜାଣିଛନ୍ତି କି?

ଧୋନିଙ୍କ ପାଞ୍ଚଟି ମହଙ୍ଗା ଗାଡ଼ି ବିଷୟରେ ଜାଣିଛନ୍ତି କି?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱ କ୍ରିକେଟରେ ଜଣେ ସଫଳ କ୍ରିକେଟର। ତେବେ କ୍ରିକେଟ୍ ଖେଳିବା ସହ ତାଙ୍କର ଆଉ ଏକ ସଉକ୍ ଅଛି, ଦାମୀ ବାଇକ୍ ଓ କାର୍ ସଂଗ୍ରହ କରିବା। ସେଥିପାଇଁ ଧୋନି ତାଙ୍କ ରାଞ୍ଚି ଫାର୍ସ ହାଉସରେ ଏକ ସ୍ୱତନ୍ତ୍ର କମ୍ପ୍ଲେକ୍ସ କରିଛନ୍ତି, ଯେଉଁଠାରେ ସେ କେବଳ ଦାମୀ କାର ଓ ବାଇକ ରଖନ୍ତି। ଏଠାରେ ଆମେ ତାଙ୍କର ପାଞ୍ଚଟି ନାମୀଦାମୀ ଗାଡ଼ି ବିଷୟରେ ଆପଣଙ୍କୁ ଅବଗତ କରୁଛୁ।
୧) ପୋର୍ସ(୨.୫୦ କୋଟି)
ଧୋନିଙ୍କ ପସନ୍ଦ ଭିତରୁ ପୋର୍ସ 911 ଅନ୍ୟତମ। ଫାଇନାନ୍ସିଆଲ ଏକ୍ସପ୍ରେସ ମୁତାବକ, ଏହି ଗାଡ଼ିର ମୂଲ୍ୟ ଅଢ଼େଇ କୋଟି ଟଙ୍କା। ସେହିପରି ଏହି ଗାଡ଼ି ୦-୧୦୦ କି.ମି/ଘଣ୍ଚା ଯିବାକୁ ମାତ୍ର ୪.୫ ସେକେଣ୍ଡ ଲାଗିଥାଏ।
୨) ଫେରାରୀ 599 ଜିଟିଓ (୧.୩୯ କୋଟି)
ଫେରାରୀ 599 ଜିଟିଓ ମଧ୍ୟ ଧୋନିଙ୍କ ଅନ୍ୟତମ ପସନ୍ଦର ଗାଡ଼ି। ଏହାର ମୂଲ୍ୟ ୧.୩୯ କୋଟି ଟଙ୍କା। ୨୦୧୧ ବିଶ୍ୱକପ ଜିତିବା ପରେ ମାହି ଏହି ଗାଡ଼ି ଉପହାର ସ୍ୱରୁପ ପାଇଥିଲେ। ତେବେ ଏହି ଗାଡ଼ିର ସ୍ୱତନ୍ତ୍ର ହେଉଛି, ଏଥିରେ ପାୱାରଫୁଲ V12 ଇଞ୍ଜିନ ଅଛି, ଯାହା 661bhp ଓ 620Nm ଟର୍କ ତିଆରି କରିପାରିବ।

୩) କନଫିଡିରେଟ୍ ହେଲକେଟ୍ x132(୩୦ ଲକ୍ଷ)


ଏହି ବାଇକ ସାଧାରଣତଃ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ହୋଇଥାଏ। ସ୍ୱପ୍ନର ବାଇକ ପାଲଟିଥାଏ। ଏହା ବିଶ୍ୱର ଅନ୍ୟତମ ଓଜନିଆ ବାଇକ। ଧୋନିଙ୍କ ପାଖରେ ରହିଛି ଏହି ଓଜନିଆ ବାଇକ। ଏହାର ମୂଲ୍ୟ ୩୦ ଲକ୍ଷ ଟଙ୍କା।
୪) ପଏଣ୍ଟିକ୍ ଫାୟାର ବାର୍ଡ ଟ୍ରାନ୍ସ ଏଏମ୍(୬୮ ଲକ୍ଷ ଟଙ୍କା)


୨୦୨୦ରେ ଧୋନି ଏହି କ୍ଲାସିକ୍ କଲେକ୍ସନ୍ ତାଙ୍କ ପସନ୍ଦକୁ ଆଣିଥିଲେ। ଏହି ଆମେରିକୀୟ କାରର ଫଟୋ ତାଙ୍କ ପତ୍ନୀ ସାକ୍ଷୀ ଧୋନି ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ। ଏହାର ମୂଲ୍ୟ ୬୮ଲକ୍ଷ ଟଙ୍କା।
୫) ହମର H2(୭୨ ଲକ୍ଷ)


ଧୋନିଙ୍କ କଲେକ୍ସନ ଭିତରେ ଏହି ଗାଡ଼ି ବି ଅଛି। ଏହାର ମୂଲ୍ୟ ୭୨ ଲକ୍ଷ ଟଙ୍କା। ମାହି ରାଞ୍ଚିରେ ଅନେକ ଥର ଏହି ଗାଡ଼ି ଚଲାଇଛନ୍ତି। ୨୦୧୬ରେ ରାଞ୍ଚିରେ ନ୍ୟୁଜିଲାଣ୍ଡ ଟିମର ବସ୍ ସହ ଧୋନି ଏହି ଗାଡ଼ିରେ ଏକା ସାଙ୍ଗେ ଯାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: