AAPର ଗୋଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଅମିତ ପାଲେକର

AAPର ଗୋଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଅମିତ ପାଲେକର

ପ୍ରିଜମ ନ୍ୟୁଜ ବ୍ୟୁରୋ:ଗତକାଲି ପଞ୍ଜାବ ପାଇଁ ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଗୋଆ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ ଆଦମୀ ପାର୍ଟି (APP)। ଗୋଆ ବିଧାନସଭା ନିର୍ବାଚନ ପାଇଁ ଓକିଲ ତଥା ସାମାଜିକକର୍ମୀ ଅମିତ ପାଲେକରଙ୍କ ନାମ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ହୋଇଛି। ପାଣାଜୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେଜ୍ରିୱାଲ ଅମିତ ପାଲେକରଙ୍କ ନାମ ଘୋଷଣା କରିଛନ୍ତି। ଏହାସହ ଗୋଆର ସମସ୍ତ ୪୦ଟି ବିଧାନସଭା ଆସନରେ ଆପ୍ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି ।ପାଲେକର୍‌ଙ୍କ ନାମ ଘୋଷଣା କରିବା ପୂର୍ବରୁ କେଜ୍ରିୱାଲ୍‌ କହିଥିଲେ ଯେ, ଏହି ଉପକୂଳବର୍ତ୍ତୀ ରାଜ୍ୟ ନିମନ୍ତେ ପ୍ରଚାର ଅଭିଯାନ ଲାଗି ଦଳ ଜେଣ ‘ସଚ୍ଚୋଟ ବ୍ୟକ୍ତି’ଙ୍କୁ ବାଛିଛି।ପାଲେକର୍‌ଙ୍କ ନାମ ଘୋଷଣା କରି କେଜ୍ରିୱାଲ୍‌ କହିଛନ୍ତି, ଗୋଆର ଅଧିବାସୀଙ୍କ ମଧ୍ୟରେ ଭଣ୍ଡାରୀ ସମାଜ ହେଉଛି ଗୁରୁତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ସେମାନଙ୍କୁ ଅଣଦେଖା କରାଯାଉଛି। ସେମାନେ ସମାଜର ସର୍ବବୃହତ୍‌ ଅଂଶବିଶେଷ ହୋଇଥିଲେ ବି ବିଗତ ୬୦ ବର୍ଷ ମଧ୍ୟରେ ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆମେ ଏହି ଅନ୍ୟାୟର ଅବସାନ କରିବୁ। ଆମେ ଜାତିଆଣା ରାଜନୀତି କରୁନାହୁଁ। ଅନ୍ୟ ଦଳ ସବୁ ସାମ୍ପ୍ରଦାୟ ବିରୋଧରେ ରାଜନୀତି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପାଲେକର୍‌ ସାଧୁତାର ସହ ଗୋଆର ସେବା କରିବେ। ସେ ରାଜ୍ୟରୁ ଦୁର୍ନୀତି ବିଲୋପ କରିବେ।ଗୋଆରେ ସମସ୍ତଙ୍କ ପାଇଁ କାର୍ଯ୍ୟ କରିବେ। ‘ଆପ୍‌’ ଦେଇଥିବା ସମସ୍ତ ପ୍ରତିଶ୍ରୁତି ସେ ପୂରଣ କରିବେ।ଗୋଆବାସୀଙ୍କର ରାସ୍ତାଘାଟ, ସ୍କୁଲ୍‌ ଏବଂ ଦିଲ୍ଲୀ ଭଳି ବିଜୁଳି ଆବଶ୍ୟକ ରହିଛି, ଆପ ତାକୁ ପୂରଣ କରିବ।ସୂଚନା ଅନୁଯାୟୀ, ଆସନ୍ତା ଫେବ୍ରୁଆରୀ ୧୪ରେ ଗୋଆର ୪୦ଟି ବିଧାନସଭା ଆସନରେ ମତଦାନ ଗ୍ରହଣ କରାଯିବ। ଏହାସହ ମାର୍ଚ୍ଚ ୧୦ରେ ଗଣତି ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: