ମଝି ନଈରେ ନୌକାରେ ଲାଗିଲା ନିଆଁ,୩୭ ମୃତ ୧୦୦ ରୁ ଅଧିକ ଆହତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମଝି ନଈରେ ନୌକାରେ ଲାଗିଲା ନିଆଁ। ଘଟଣାରେ ୩୭ ମୃତ ୧୦୦ ରୁ ଅଧିକ ଆହତ ହୋଇଥିବା ସୂଚନା। ଏଭଳି ଏକ ହୃଦୟ ବିଦାରକ ଘଟଣା ବାଂଲାଦେଶରେ ଘଟିଛି। ଭାରସାମ୍ୟ ହରାଇ ନୌକା ବୁଡି ଯାଇଥିବା ବେଳେ ସେଥିରେ ନିଆଁ ଲାଗି ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଢାକାଠାରୁ ୨୫୦ କିଲୋମିଟର ଦୂରରେ ଥିବା ଦକ୍ଷିଣ ଗ୍ରାମାଞ୍ଚଳ ଜାକାକାଟି ନିକଟରେ ସକାଳେ ଏହି ଦୁର୍ଘଟଣା ଘଟିଛି ।ଦକ୍ଷିଣ ବାଂଲାଦେଶରେ ଏକ ପ୍ୟାକ୍ ହୋଇଥିବା ଫେରିରେ ଶୁକ୍ରବାର ଦିନ ଅତି କମରେ ୩୭ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି । “ତିନି ମହଲା ବିଶିଷ୍ଟ ଏହି ନୌକାରେ ନଈ ମଧ୍ୟଭାଗରେ ନିଆଁ ଲାଗିଯାଇଥିଲା। ତେବେ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏବେ ୩୭ ଟି ମୃତଦେହ ଉଦ୍ଧାର କରାଯାଇଛି ।ଏହାସହ ୧୦୦ ଅଧିକ ଆହତଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଅଧିକାଂଶ ଲୋକ ନଦୀ ଭିତରକୁ ଡେଇଁବା କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଛି। ଫେରିରେ ୩୦୦ ଜଣ ଲୋକ ଯିବାର କ୍ଷମତା ରହିଥିବା ବେଳେ ୫୦୦ ଲୋକ ଯାଉଥିବାରୁ ନୌକାଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ଏଠାରେ ସୂଚନା ଥାଉ କି ବାଂଲାଦେଶର ଅଧିକାଂଶ ଅଞ୍ଚଳରେ ଗମନାଗମନ ଜଳପଥରେ ହୋଇଥାଏ।

Leave a Reply

Your email address will not be published. Required fields are marked *