ଛୋଟ ଡ୍ରେସ୍ ପିନ୍ଧିଗଲେ ପାର୍କ ମନା, ମହିଳାଙ୍କୁ ଧକା ମାରି ବାହାର କଲେ ମ୍ୟାନେଜର !

ଛୋଟ ଡ୍ରେସ୍ ପିନ୍ଧିଗଲେ ପାର୍କ ମନା, ମହିଳାଙ୍କୁ ଧକା ମାରି ବାହାର କଲେ ମ୍ୟାନେଜର !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାଧାରଣ ଭାବେ କେତେକ ଇସଲାମିକ୍ ରକ୍ଷଣଶୀଳ ଦେଶମାନଙ୍କରେ ମହିଳାମାନଙ୍କୁ ଛୋଟ ଡ୍ରେସ୍ କି ଜିନ୍ସ ପିନ୍ଧିବାରେ ପ୍ରତିବନ୍ଧକ ଲାଗିଥାଏ। ଭାରତରେ ଏଭଳି ପ୍ରତିବନ୍ଧକ ନଥିଲେ ମଧ୍ୟ କିଛି ମାତ୍ରାରେ ସେମାନଙ୍କୁ ଛୋଟ ଡ୍ରେସ୍ ପିନ୍ଧିଲେ ତାତ୍ସଲ୍ୟର ଶିକାର ହେବାକୁ ପଡିଥାଏ। ହେଲେ ଆମେରିକା ଭଳି ବିକଶିତ ଦେଶରେ ଏହି ଭଳି ଘଟଣା ଘଟିବାର କହିଲେ ଆପଣ ବିଶ୍ଵାସ କରିବେ କି ? ହେଲେ ଏଭଳି ଏକ ଅଭାବନୀୟ ଘଟଣା ଆମେରିକାରେ ଘଟିବା ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆମେରିକାର କଲରାଡୋ ସହରରେ ରହୁଥିବା ଜଣେ ମହିଳା ଛୋଟ ଡ୍ରେସ୍‌ ପିନ୍ଧିଥିବାରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ବେଲି ବ୍ରିଡଲଭ ନାମକ ଏହି ମହିଳା ଥିମ୍‌ ପାର୍କରେ ବସିଥିଲେ। ଯେଉଁଠି କିଛି ସିକ୍ୟୁରିଟି ଗାର୍ଡ ତାଙ୍କ ଡ୍ରେସ୍‌କୁ ଛୋଟ କହିବା ସହ ନୂଆ ଡ୍ରେସ କିଣିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ମହିଳା ଜଣକ ସେହି ଘଟଣାର ଗୋଟିଏ ଭିଡିଓ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ସେ ଲେଖିଛନ୍ତି, କିଛିଦିନ ପୂର୍ବରୁ ଆମେ ଓକେଲେହୋମା ସିଟି ଯାଇଥିଲୁ । ମୋତେ ଲାଗିଲା କରୋନା ସମୟ ଚାଲିଥିବାରୁ କିଛି ଦିନ ପରେ ଟିକେ ବାହାରକୁ ଯାଇ ବୁଲି ଆସିବୁ। ମାତ୍ର ଏହା ଆମ ପରିବାର ପାଇଁ ସବୁଠୁ ଖରାପ ଅନୁଭୂତି ଥିଲା।

ବେଲି ଆହୁରି ଲେଖିଛନ୍ତି, ଓକେଲେହାମା ସହରର ଫ୍ରଣ୍ଟିୟର ଥିମ୍‌ ପାର୍କରେ ସନ୍ଧ୍ୟା ପ୍ରାୟ ୫ଟାରେ ପହଞ୍ଚିଥିଲେ। ଏଠାରେ ସେ ଟିକେଟ୍‌ ଏବଂ ପାର୍କିଂ ବାବଦକୁ ଅଧିକ ଅର୍ଥ ମଧ୍ୟ ଦେଇଥିଲେ। ସେ ଲେଖିଛନ୍ତି, ସନ୍ଧ୍ୟା ୭ଟାରେ ଜଣେ ସିକ୍ୟୁରିଟିଗାର୍ଡ ମୋ’ ଝିଅ ଉପରେ ପାଟି କରିବାରେ ଲାଗିଲେ । କାରଣ ସେ ଡିଆଁଡେଇଁ କରି ପାର୍କରେ ଖେଳୁଥିଲା। ଏହା ପରେ ଏହି ବ୍ୟକ୍ତିଜଣକ ମୋ’ ନିକଟକୁ ଆସି ମୋ’ ହାତ ଧରିଲେ, ଏବଂ ପରେ କହିଲେ ତୁମ ଡ୍ରେସ୍‌ ବହୁତ ଛୋଟ । କିନ୍ତୁ ମୁଁ ତାଙ୍କ କଥାକୁ ଧ୍ୟାନ ନ ଦେଇ ମୋ’ ସ୍ବାମୀଙ୍କ ନିକଟକୁ ଚାଲିଗଲି। ଏହା ପରେ ଜଣେ ଲେଡି ଅଫିସର ବଡ଼ ପାଟିରେ ଡାକ ପକାଇଲେ। ପରେ ପାର୍କର ମ୍ୟାନେଜର ମୋ’ ନିକଟରେ ପହଞ୍ଚି ମୋତେ ଏପରି ଡ୍ରେସ ଚେଞ୍ଜ୍‌ କରିବା ସହ ନୂଆ ଡ୍ରେସ୍‌ ପିନ୍ଧିବାକୁ କହିଥିଲେ। ମୁଁ ମନା କରିବାରୁ ମୋତେ ପାର୍କରୁ ତୁରନ୍ତ ବାହାରି ଯିବାକୁ କହିଥିଲେ। ମତେ ଗେଟ୍ ପର୍ଯ୍ୟନ୍ତ ଧକା ଦେଇ ନେଇଥିଲେ। ଏହି ସବୁ ଦେଖି ମୋ ଝିଅ କାନ୍ଦିବାକୁ ଲାଗିଥିଲା।

ଖାଲି ଏତିକି ନୁହେଁ, ପାର୍କର ନିୟମ ଭାଙ୍ଗିବା ଅଭିଯୋଗରେ ମୋତେ ୫ ବର୍ଷ ପର୍ଯ୍ୟନ୍ତ ପାର୍କ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୋ’ ସହିତ ଯାହା କିଛି ଘଟିଛି ମୁଁ କୋର୍ଟ ଯିବି। ପାର୍କ କର୍ତ୍ତୃପକ୍ଷ ତାଙ୍କୁ ସମସ୍ତ ଅର୍ଥ ଫେରାଇବା ପାଇଁ ସେ ଦାବି କରିଛନ୍ତି। ଘଟଣାଟି ଏପ୍ରିଲ ୩୦ତାରିଖର ଘଟିଥିବା ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: