୧୬ ପତ୍ନୀ ୧୫୧ ସନ୍ତାନରେ ଭରିନି ମନ, ଟାର୍ଗେଟ୍ ୧୦୦ ବିବାହ, ୧୦୦୦ର ସନ୍ତାନ

୧୬ ପତ୍ନୀ ୧୫୧ ସନ୍ତାନରେ ଭରିନି ମନ, ଟାର୍ଗେଟ୍ ୧୦୦ ବିବାହ, ୧୦୦୦ର ସନ୍ତାନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜିକା ମହଙ୍ଗା ଦୁନିଆରେ ଗୋଟିଏ ସ୍ତ୍ରୀ ଆଉ ଗୋଟିଏ ପିଲା ଚଲେଇବା କଷ୍ଟକର। ଗୋଟେରୁ ଦୁଇଟି ପିଲା ହେଲେ ଲୋକମାନଙ୍କର କାହିଁ କେତେ ଚିନ୍ତା ହୋଇଯାଏ। ହେଲେ ଏବେ ଇଣ୍ଟରନେଟରେ ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ ଖବର ଭାଇରାଲ ହେଉଛି, ଯାହା ଜାଣିଲେ ଆପଣଙ୍କ ବୁଦ୍ଧି ହଜିଯିବ। ଆଫ୍ରିକାର ଜିମ୍ବାୱେରେ ଜଣେ ପୁରୁଷଙ୍କର ୧୬ ଜଣ ପତ୍ନୀ ଅଛନ୍ତି । ତେବେ କେବଳ ସେ ସେତିକିରେ ଅଟକି ନାହାନ୍ତି ଏହି ବ୍ୟକ୍ତି । ତାଙ୍କର ୧୭ତମ ବିବାହ କରିବାକୁ ଏବେ ପ୍ରସ୍ତୁତ ହେଉଛନ୍ତି । ଏହି ବ୍ୟକ୍ତି ଏପର୍ଯ୍ୟନ୍ତ ସମୁଦାୟ ୧୫୧ ପିଲାର ବାପା ହୋଇ ସାରିଛନ୍ତି। ଏଥି ସହିତ ସେ ୧୦୦ ମହିଳାଙ୍କୁ ବିବାହ ଏବଂ ୧୦୦୦ ସନ୍ତାନ ଜନ୍ମ କରିବାକୁ ଇଚ୍ଛା କରିଛନ୍ତି । ଜିମ୍ବାୱେରେ ରହୁଥିବା ଏହି ବ୍ୟକ୍ତିଙ୍କ ବୟସ ୬୬ ବର୍ଷ । ଜିମ୍ବାୱେର ଏହି ବ୍ୟକ୍ତି କହିଛନ୍ତି ଯେ, ତାଙ୍କର କାମ ହେଉଛି ପତ୍ନୀଙ୍କୁ ଶାରୀରିକ ଭାବେ ସନ୍ତୁଷ୍ଟ ରଖିବା ଏବଂ ଅଧିକ ସନ୍ତାନ ଜନ୍ମ କରିବା।

ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ମିଶେକ୍ ନୟାଣ୍ଡୋର। ତାଙ୍କର ଏହି ନିଆରା କାରନାମା ପାଇଁ ମିଶେକ୍ କିଛି ଦିନ ହେଲା ଆଲୋଚନାର ବିଷୟ ପାଲଟିଛନ୍ତି। ମିଶେକ୍ କହିଛନ୍ତି ଯେ, ତାଙ୍କର ଅନେକ ପତ୍ନୀ ବୃଦ୍ଧ ହୋଇଯାଇଛନ୍ତି, ଯାହା ତାଙ୍କ ସେକ୍ସ ଡ୍ରାଇଭ୍ ସହିତ ମେଳ ଖାଉ ନାହିଁ। ଏହି କାରଣରୁ ତାଙ୍କୁ ଯୁବତୀଙ୍କୁ ବିବାହ କରିବାକୁ ପଡିବ। ମିଶେକ୍ ଅଧିକାଂଶ ସମୟ ତାଙ୍କ ପତ୍ନୀମାନଙ୍କ ମଧ୍ୟରେ ବିତାଇଥା’ନ୍ତି।  ମିଶେକ୍ କହିଛନ୍ତି ଯେ ସେ ମରିବା ପୂର୍ବରୁ ୧୦୦୦ ସନ୍ତାନର ବାପା ହେବାକୁ ଚାହୁଁଛନ୍ତି। ମିଶେକ୍ ଏବଂ ତାଙ୍କ ବଡ଼ ପରିବାର ଜିମ୍ବାୱେର ମଶୋନାଲାଣ୍ଡ୍ ସେଣ୍ଟ୍ରାଲ୍ ପ୍ରଦେଶର ବାଇର୍ ଜିଲ୍ଲାରେ ରୁହନ୍ତି। ମିଶେକଙ୍କ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅଛି, ଯେଉଁଥିରେ ସେ ପ୍ରତିଦିନ ରାତିରେ ତାଙ୍କର ୪ ପତ୍ନୀଙ୍କୁ ଶାରୀରିକ ଭାବରେ ସନ୍ତୁଷ୍ଟ କରନ୍ତି । ମିଡିଆରେ ଦିଆଯାଇଥିବା ଏକ ସାକ୍ଷାତକାରରେ ମିଶେକ୍ ବ୍ୟାଖ୍ୟା କରିଛନ୍ତି – “ମୋର ଚାକିରୀ ନାହିଁ ତେଣୁ ମୁଁ କେବଳ ମୋ ପତ୍ନୀଙ୍କୁ ଖୁସି କରିବା ପାଇଁ କାମ କରେ। ଅନ୍ୟ ପଟେ ମୋର ୧୫୦ ପିଲା ଅଛନ୍ତି। ଏହି କାରଣରୁ ମୋର ମଧ୍ୟ ଆର୍ଥିକ ଚାପ ନାହିଁ। ସେମାନେ ବ୍ୟବସାୟ କରନ୍ତି ଏବଂ ଘର ଚଳାନ୍ତି ଏବଂ ମୋତେ ଏକ ଉପହାର ମଧ୍ୟ ଦିଅନ୍ତି।

ଏହି ପରିବାରର ଆୟର ମୁଖ୍ୟ ଉତ୍ସ ହେଉଛି ଚାଷ । ମିଶେକଙ୍କ ୬ ପିଲା ଜିମ୍ବାୱେ ଜାତୀୟ ସେନାରେ କାର୍ଯ୍ୟ କରୁଛନ୍ତି ।  ମିକେକ୍ ଙ୍କ ୧୩ଟି ଝିଅ ଏ ପର୍ଯ୍ୟନ୍ତ ବିବାହ କରିଛନ୍ତି। ଏହି ବ୍ୟକ୍ତି ଶେଷ ଥର ପାଇଁ ୨୦୧୫ରେ ବିବାହ କରିଥିଲେ। ତେବେ ଜିମ୍ବାୱେର ଅର୍ଥନୈତକ ଅବସ୍ଥା ଯଥେଷ୍ଟ ଖରାପ ହୋଇଗଲା। ଏହି କାରଣରୁ ଏହି ବ୍ୟକ୍ତି କିଛି ସମୟ ପାଇଁ ବିବାହ କରିବାର ଯୋଜନା ଉପରେ ଏକ ବିରତି ରଖିଥିଲେ। ବର୍ତ୍ତମାନ ୨୦୨୧ରେ ମିଚେକ୍ ପୁନର୍ବାର ବିବାହ କରିବାକୁ ଚିନ୍ତା କରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: