ପ୍ରକାଶ ପାଇଲା ଓଜେଇଇ ଫଳ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ୍। ବୈଷୟିକ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି ରେଜଲ୍ଟ୍। ଚଳିତବର୍ଷ ୬୫ ହଜାର ୭୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୪୯ ହଜାର ୩୬୦ ଜଣ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୪୯ ହଜାର ୨୭୯ ଜଣଙ୍କୁ ମିଳିଛି ରିୟାଙ୍କ। କୋଭିଡ୍ କଟକଣା ଭିତରେ ଚଳିତବର୍ଷ ୬ ସେପ୍ଟେମ୍ବର ରୁ ୧୮ ସେପ୍ଟେମ୍ବର ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେଇଥିଲା। ରାଜ୍ୟରେ ପ୍ରଥମଥର ପାଇଁ ୩୦ଟି ଜିଲ୍ଲାରେ ପରୀକ୍ଷା ସେଣ୍ଟର ହୋଇଥିଲା। ଚଳିତ ବର୍ଷ ସମ୍ପୂର୍ଣ୍ଣ ୫୭ଟି ସେଣ୍ଟରରେ ହୋଇଥିଲା ପରୀକ୍ଷା। ଓଡିଶା ବାହାରେ ୩ଟି ସେଣ୍ଟର ମଧ୍ୟ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଓଜେଇଇ ଓ୍ବେବସାଇଟକୁ ଯାଇ ନିଜର ରେଜଲ୍ଟ ଦେଖି ପାରିବେ।

Leave a Reply

Your email address will not be published. Required fields are marked *