ଆଜିଠାରୁ ଆରମ୍ଭ OJEE, ପରୀକ୍ଷା ଦେବେ ୫୮ହଜାର ଛାତ୍ରଛାତ୍ରୀ

ଆଜିଠାରୁ ଆରମ୍ଭ OJEE, ପରୀକ୍ଷା ଦେବେ ୫୮ହଜାର ଛାତ୍ରଛାତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆଜିଠାରୁ ଆରମ୍ଭ ହୋଇଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ଏଥର ପରୀକ୍ଷା ଦେବେ ୫୮ହଜାର ଛାତ୍ରଛାତ୍ରୀ।ରାଜ୍ୟର ୩୦ଟି ଜିଲ୍ଲାରେ ୬୧ଟି ଏବଂ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ର ହୋଇଛି ଏଥର। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା। ଅନଲାଇନ ମୋଡ଼ରେ ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ କେବଳ ୭ ତାରିଖରେ ଗୋଟିଏ ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ ଟା ରୁ ୧୧ଟା, ୨ୟ ସିଟିଂ ପରୀକ୍ଷା ୧୨ଟା ୩୦ରୁ ୨ଟା ୩୦ ଓ ୩ୟ ସିଟିଂ ପରୀକ୍ଷା ୪ ଟା ରୁ ସନ୍ଧ୍ୟା ୬ ଟା ପଯ୍ୟର୍ନ୍ତ ଅନୁଷ୍ଠିତ ହେବ ।

ରାଜ୍ୟରେ କୋଭିଡ ସଂକ୍ରମଣ ବଢି ଚାଲିଥିବାବେଳେ କୋଭିଡ୍‌ ନିୟମ ମାନି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ହ୍ୟାଣ୍ଡ ସାନିଟାଇଜର, ସାମାଜିକ ଦୂରତା ମାନିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଜରୁରୀ କରିଛି ଓଜେଇଇ। ପରୀକ୍ଷାକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡ୍ରପ୍‌ବକ୍ସରେ ପକାଇବାକୁ କୁହାଯାଇଛି। ସମ୍ପୂର୍ଣ୍ଣ ପରୀକ୍ଷାକୁ କରୋନା ମୁକ୍ତ କରିବାକୁ ପ୍ରୟାସ ହୋଇଥିବା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: