ଘାଟିରୁ ଖସିଲା ବସ୍, ସ୍କୁଲ ପିଲାଙ୍କ ସହ ୧୨ ମୃତ

ଘାଟିରୁ ଖସିଲା ବସ୍, ସ୍କୁଲ ପିଲାଙ୍କ ସହ ୧୨ ମୃତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ହିମାଚଳପ୍ରଦେଶ କୁଲ୍ଲୁରେ ଭୟଙ୍କର ସଡକ ଦୁର୍ଘଟଣା। ଘାଟି ତଳକୁ ଖସିଲା ଘରୋଇ ବସ୍ । ଏହି ଦୁର୍ଘଭୟଙ୍କର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି, ମୃତକଙ୍କ ମଧ୍ୟରେ ରହିଛନ୍ତି ଅନେକ ସ୍କୁଲ ପିଲା। ଘଟଣାଟି ଆଜି ସକାଳ ପ୍ରାୟ ୮.୩୦ ରେ ଘଟିଥିବାର ଜଣା ପଡିଛି। ସେଞ୍ଜ ଅଞ୍ଚଳରେ ଖାଇକୁ ଖସିପଡିଥିଲା ଯାତ୍ରୀବାହୀ ବସଟି। ବସଟି ସାଁଶେର ରୁ ସେଞ୍ଜ ଯାଉଥିବା ବେଳେ ଜଙ୍ଗଲା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବସଟି ଘାଟିରେ ଏକ ମୋଡଣି ବୁଲିବା ସମୟରେ ନିୟନ୍ତ୍ରଣ ହରାଇ ଖସିପଡ଼ିଥିଲା। ଯେଉଁଥିରେ ସାଧାରଣ ଯାତ୍ରୀଙ୍କ ସହ ଅନେକ ସ୍କୁଲ ପିଲା ଥିଲେ। ଏଥିରେ ମୋଟ ୪୦ ଜଣ ଯାତ୍ରୀ ଥିବା ଜଣା ପଡ଼ିଛି।

ତେବେ ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର। ଏବଂ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିବା ସହ ଆହତ ମାନଙ୍କୁ ମାଗଣା ଚିକିତ୍ସା ସାଙ୍ଗକୁ ୧୫,୦୦୦ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର। ଏହାସହ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଘୋଷଣା ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: