୬ ତାରିଖ ଦିନ ୧ଟା ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

୬ ତାରିଖ ଦିନ ୧ଟା ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

ପ୍ରିଜମ ନ୍ୟୁଜ ବ୍ୟୁରୋ:ସମସ୍ତ କଳ୍ପନାଜଳ୍ପନା ଶେଷ ହେବା ସହ ଘୋଷଣା ହେଲା ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ତାରିଖ । ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଘୋଷଣା କରିଛନ୍ତି । ଜୁଲାଇ ୬ ତାରିଖରେ ଦିନ ୧ଟା ସମୟରେ ବାହାରିବ ମାଟ୍ରିକ ରେଜଲ୍ଟ । ରେଜଲ୍ଟ ବାହାରିବାର ଏକ ଘଣ୍ଟା ପରେ ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ । ତେବେ ରେଜଲ୍ଟ ପ୍ରକାଶ ନେଇ ସବିଶେଷ ତଥ୍ୟ ବୋର୍ଡ ପକ୍ଷରୁ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ମଧ୍ୟ ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ନେଇ ସୂଚନା ଦେଇଥିଲେ।

ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: