କ୍ରିକେଟରୁ ସନ୍ନ୍ୟାସ ନେଲେ ଦକ୍ଷିଣ ଆଫ୍ରିକାର ଦମଦାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ

କ୍ରିକେଟରୁ ସନ୍ନ୍ୟାସ ନେଲେ ଦକ୍ଷିଣ ଆଫ୍ରିକାର ଦମଦାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଦକ୍ଷିଣ ଆଫ୍ରିକା ଫେମସ୍ କ୍ରିକେଟର ଏବି ଡି ଭିଲିୟର୍ସ ଆଜି ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ପ୍ରାୟ ୧୭ ବର୍ଷର ଲମ୍ବା କ୍ୟାରିୟର ପରେ ଏବି ଡି ଅବସର ନେଇଛନ୍ତି। ନିଜର ଦମଦାର ବ୍ୟାଟିଂରେ ସେ ତାଙ୍କ ପ୍ରଶଂସକଙ୍କୁ ବାନ୍ଧି ରଖୁଥିଲେ। ହଠାତ ତାଙ୍କ ଅବସର ଘୋଷଣା ପ୍ରଶଂସକମାନଙ୍କୁ ଚକିତ କରିଛି। ୩୭ ବର୍ଷୀୟ ଡି ଭିଲିୟର୍ସ ଟ୍ୱିଟର ଜରିଆରେ ନିଜ ଅବସର ଘୋଷଣା କରିଛନ୍ତି। ସେ ୨୦୧୮ ମସିହାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ବେଳେ କେବଳ ବିଭିନ୍ନ ଘରୋଇ ଟି-୨୦ ଲିଗରେ ଖେଳୁଥିଲେ । ସେ ନିଜ ପୋଷ୍ଟରେ କହିଛନ୍ତି ଯେ,“ଏହା ଏକ ଅବିଶ୍ୱସନୀୟ ଯାତ୍ରା, କିନ୍ତୁ ମୁଁ ସମସ୍ତ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ସେ ତାଙ୍କ ପରିବାର, ପ୍ରତ୍ୟେକ ସାଥୀ ଖେଳାଳୀ, ପ୍ରତିଦ୍ୱନ୍ଦୀ, ପ୍ରତ୍ୟେକ ପ୍ରଶିକ୍ଷକ, ପ୍ରତ୍ୟେକ ଫିଜିଓ ଏବଂ ପ୍ରତ୍ୟେକ କର୍ମଚାରୀଙ୍କୁ ତାଙ୍କ ଯାତ୍ରା ପାଇଁ ଧନ୍ୟବାଦ ଦେଇଛନ୍ତି। ଡି ଭିଲିୟର୍ସ ତାଙ୍କ ୧୭ ବର୍ଷର କ୍ୟାରିଅରରେ, ୧୧୪ ଟେଷ୍ଟ, ୨୨୮ ଦିନିକିଆ ଏବଂ ପ୍ରୋଟିସ୍ ପାଇଁ ୭୮ ଟି-ଟ୍ୱେଣ୍ଟିରେ ନିଜ ଦେଶ ପାଇଁ ପ୍ରତିନିଧୀତ୍ୱ କରିଛନ୍ତି ।ସେହିପରି ଆଇପିଏଲରେ ସେ ୧୮୪ଟି ମ୍ୟାଚ ଖେଳି ୫୧୬୨ ରନ କରିଛନ୍ତି । କେବଳ ଆରସିବି ପାଇଁ ସେ ୪୪୯୧ ରନ କରିଛନ୍ତି । ତାଙ୍କ ଅବସର ଘୋଷଣା ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ କ୍ରିକେଟର ତଥା ଆରସିବିରେ ତାଙ୍କର ସାଥୀ ଖେଳାଳି ବିରାଟ କୋହଲି କହିଛନ୍ତି ଯେ, କ୍ରିକେଟ ଓ ଆରସିବି ପାଇଁ ଡିଭିଲିୟର୍ସ ଯାହା କରିଛନ୍ତି ତାହା ପାଇଁ ସେ ଗର୍ବିତ । କିନ୍ତୁ ତାଙ୍କର ଅବସରକୁ ନେଇ ବିରାଟ ଦୁଃଖ ପ୍ରକାଶ କରିଛନ୍ତି।ଡି’ଭିଲିୟର୍ସ କ୍ରିକେଟ ଦୂନିଆରେ ମିଃ ୩୬୦ ଭାବେ ପରିଚିତ ଥିଲେ । କାରଣ ସେ କ୍ରିକେଟ ପଡ଼ିଆର ସବୁ ଦିଗକୁ ସଟ ଖେଳିବାରେ ମାହିର ଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: