ଗିରଫ ହେଲେ ବାରିପଦା ITDAର କୁବେର ଆସିଷ୍ଟାଣ୍ଟ ଇଞ୍ଜିନିୟର

ପ୍ରିଜମ ନ୍ୟୁଜ ବ୍ୟୁରୋ:ଗିରଫ ହେଲେ ବାରିପଦା ITDAର କୁବେର ଆସିଷ୍ଟାଣ୍ଟ ଇଞ୍ଜିନିୟର ସନ୍ତୋଷ ଦାସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଓ ବାଲେଶ୍ଵରର ଏକାଧିକ ସ୍ଥାନରେ ଦୁଇ ଦିନ ଧରି ମାରାଥନ ଚଢଉ ପରେ ୨କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଛି। ଯାହାକି ତାଙ୍କ ଆୟର ୨୪୫ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ସନ୍ତୋଷଙ୍କ ଘରୁ ଚଢ଼ାଉ ବେଳେ ୪୧ ଲକ୍ଷ ୭୭ ହଜାର ନଗଦ ଟଙ୍କା ମିଳିଥିଲା । ଏଥିସହ ୬୫୯ ଗ୍ରାମ ସୁନା ଗହଣା ଜବତ କରିଥିଲା ଭିଜିଲାନ୍ସ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସନ୍ତୋଷଙ୍କ ବାରିପଦା ସ୍ଥିତ ଘର ଓ ଅଫିସ ସମେତ ୧୧ଟି ସ୍ଥାନରେ ଏକକାଳୀନ ରେଡ୍‌ ହୋଇଥିଲା । ଦୁଇ ଦିନ ଧରି ତାଙ୍କର ସମ୍ପତ୍ତିର ହିସାବ ନିକାଶ ଜାରି ରହିଥିଲା । ଭୁବନେଶ୍ୱର ବଡଗଡ଼ରେ ଗୋଟିଏ ୪ ମହଲା ଘର, କଳିଙ୍ଗ ବିହାରରେ ନିର୍ମାଣାଧୀନ କୋଠା ଓ ଶୈଳଶ୍ରୀବିହାରରେ ଫ୍ଲାଟ ଅଛି । ବାଲେଶ୍ୱରରେ ବି ୪ ମହଲା କୋଠା ଓ ୩ଟି ପ୍ଲଟ ରହିଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *