ଜୁନିୟର ହକି ବିଶ୍ବକପ ପୋଲାଣ୍ଡକୁ ୮-୨ ଗୋଲରେ ପରାସ୍ତ କଲା ଭାରତ

ଜୁନିୟର ହକି ବିଶ୍ବକପ ପୋଲାଣ୍ଡକୁ ୮-୨ ଗୋଲରେ ପରାସ୍ତ କଲା ଭାରତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜୁନିୟର ହକି ବିଶ୍ବକପର ତୃତୀୟ ଦିନରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଭାରତୀୟ ଜୁନିୟର ହକି ଟିମ । ଆଜି ପୋଲାଣ୍ଡକୁ ୮-୨ ଗୋଲରେ ପରାସ୍ତ କରିଛି ଭାରତ । ଏହା ସହିତ ଭାରତ ଜୁନିୟର ହକି ବିଶ୍ବକପର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ଭାରତ ପକ୍ଷରୁ ୨ଟି ଗୋଲ ଦେଇ ପୋଲାଣ୍ଡକୁ ଧରାଶୟୀ କରିଛନ୍ତି ସୁଦୀପ ଚିରମାକୋ।ସେହିପରି ଅରିଜିତ ସିଂ ହୁଣ୍ଡଲ ମଧ୍ୟ ୨ଟି ଗୋଲ ସ୍କୋର କରି ଭାରତକୁ ବିଜୟ ଆଡ଼କୁ ଆଗେଇ ନେଇଛନ୍ତି । ଏହା ସହିତ ଭାରତ ପୋଲ୍‌-ବି ରେ ତାର ଯାତ୍ରା ଶେଷ କରିଛି । ପୋଲାଣ୍ଡକୁ ୮-୨ ଗୋଲରେ ହରାଇବା ପରେ କ୍ବାର୍ଟର ଫାଇନାଲକୁ ଉର୍ଣ୍ଣୀତ ହୋଇଛି ଭାରତୀୟ ଜୁନିୟର ହକି ଟିମ । ସବୁଦିନ ପରି ଆଜି ମଧ୍ୟ ୫ ଟି ମ୍ୟାଚ୍ ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: