ଚିନ୍ତା ବଢ଼ାଉଛି ଓମିକ୍ରନ, ଦକ୍ଷିଣ ଆଫ୍ରିକା ଗସ୍ତ ଵ୍ୟାନ କରୁଛନ୍ତି ଏକାଧିକ ଦେଶ

ଚିନ୍ତା ବଢ଼ାଉଛି ଓମିକ୍ରନ, ଦକ୍ଷିଣ ଆଫ୍ରିକା ଗସ୍ତ ଵ୍ୟାନ କରୁଛନ୍ତି ଏକାଧିକ ଦେଶ

ପ୍ରିଜମ ନ୍ୟୁଜ ବ୍ୟୁରୋ:କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଏବେ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ନୂତନ ଭାରିଏଣ୍ଟକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରିଛନ୍ତି। ବୈଠକରେ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାରିଏଣ୍ଟ ଉପରେ ଚିନ୍ତା ପ୍ରକାଶ କରି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସଠିକ୍ ଯାଞ୍ଚ କରିବାକୁ ସେ କହିଛନ୍ତି। ବିଶେଷ କରି ଯେଉଁ ଦେଶରେ ନୂତନ ଭାରିଏଣ୍ଟର ବିପଦ ଅଧିକ ରହିଛି, ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ଏହି ୧୨ଟି ଦେଶରୁ ଆସୁଥିବା ନାଗରିକଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ ବୋଲି ଜଣାପଡିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ହଙ୍ଗକଙ୍ଗ ଓ ଇସ୍ରାଏଲକୁ ସମେତ ବ୍ରିଟେନ୍‌ ସମେତ ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସୱାନା, ମରିଶସ, ନ୍ୟୁଜିଲାଣ୍ଡ, ଜିମ୍ବାୱେ ଓ ସିଙ୍ଗାପୁରରୁ ଭାରତକୁ ଆସୁଥିବା ବିଦେଶୀ ନାଗରିକଙ୍କୁ ବିମାନ ଯାତ୍ରା ସମୟରେ ୭୨ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ଦେଖେଇବାକୁ ପଡିବ ବୋଲି କୁହାଯାଇଛି।ଏଥିସହ ପ୍ରଧାନମନ୍ତ୍ରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ନୂତନ ଭାରିଏଣ୍ଟକୁ ନେଇ ସମଗ୍ର ଦେଶରେ ଜିଲ୍ଲାସ୍ତରୀୟ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣର ଟିକିନିକି ଯାଞ୍ଚ ସହ ନୀରିକ୍ଷଣ ଜାରି ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଏଣ୍ଟ ଓମିକ୍ରନର ପ୍ରକୋପକୁ ଦୃଷ୍ଟିରେ ରଖି ଅନେକ ଦେଶ ନିଜର ଉଡାଣ ଉପରେ କଟକଣା ଜାରି କରିଛନ୍ତି। ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ଅନେକ ଦେଶ। ଭାରତ ମଧ୍ୟ ଆଲର୍ଟ ମୋଡରେ ରହିଛି। ମୁମ୍ବାଇରେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ଵାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। କୁହାଯାଉଛି କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଡେଲ୍‌ଟା ଏବଂ ଡେଲ୍‌ଟା ପ୍ଲସଠୁ ଅନେକ ଗୁଣ ଅଧିକ ସଂକ୍ରାମକ ଏବଂ ବିପଦଜ୍ଜନକ। ଅନ୍ୟ ପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆ ଭାରିଏଣ୍ଟ ଭାରିଏଣ୍ଟ ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ବେଙ୍ଗାଲୁରୁ ଦୁଇଜଣ ଦକ୍ଷିଣ ଆଫ୍ରିକା ଲୋକଙ୍କ ପାଖରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିବାର ଜଣା ପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: