ପୁଣି ବିବାଦରେ ତସଲିମା

ପୁଣି ବିବାଦରେ ତସଲିମା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁଣି ବିବାଦରେ ବାଂଲାଦେଶୀ ଲେଖିକା ତସଲିମା ନାସରିନ୍। ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଟାର୍ଗେଟ୍ କରି ସେ ବିରୋଧର ଶିକାର ହୋଇଛନ୍ତି। ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହ ବିରୋଧୀ ଲେଖା ପାଇଁ ତାଙ୍କୁ ବହୁବାର ହତ୍ୟା ଧମକ ମିଳିଛି। ଏମିତିକି ତାଙ୍କର କିଛି ବିବାଦୀୟ ଲେଖା ପାଇଁ ତାଙ୍କୁ ବାଂଲାଦେଶ ଛାଡ଼ିବାକୁ ବି ପଡ଼ିଛି। ବହୁତ କିଛି ଛାଡ଼ିବାକୁ ପଡ଼ିଥିଲେ ବି ତସଲିମା ସବୁବେଳେ ପୁରୁଷ ପ୍ରାଧାନ୍ୟ ସମାଜ ଓ ମହିଳା ଅଧିକାର ପାଇଁ ଆଗକୁ ବାହାରିଛନ୍ତି। ୧୯୯୪ରେ ବାଂଲାଦେଶ ଛାଡ଼ିଥିବା ବେଳେ ସ୍ୱିଡେନ୍‌ରେ ନାଗରିକତା ଗ୍ରହଣ କରିଥିଲେ। ତାଙ୍କର ଆତ୍ମଜୀବନୀରୁ ନେଇ ବହୁ ଉପନ୍ୟାସ ଲେଖିଥିଲେ। ‘ଲଜ୍ଜା’ ଉପନ୍ୟାସ ବହୁ ଚର୍ଚ୍ଚାରେ ରହିଥିବା ବେଳେ ତାହା ବାଂଲାଦେଶରେ ବ୍ୟାନ୍ କରିଦିଆଯାଇଥିଲା। ତାଙ୍କର ବିଭିନ୍ନ ଲେଖା ପାଇଁ ମଧ୍ୟ ବହୁବାର ସମ୍ମାନିତ ହୋଇଛନ୍ତି। ତସଲିମାଙ୍କ ‘ନିର୍ବାଚିତ କଲମ’ ବେଶ୍ ପ୍ରଶାଂସା ସାଉଁଟିଥିଲା। ସେ ଦିଲ୍ଳୀରେ ରହିବା ସହ ବିଭିନ୍ନ ଦେଶ ମଧ୍ୟ ବୁଲିଛନ୍ତି। ହେଲେ ଏବେ ବି ତାଙ୍କର ଇସଲାମ ନୀତିକୁ ବିରୋଧ ସହିତ ମହିଳା ଅଧିକାର ପାଇଁ ତାଙ୍କର ଲଢେଇ ଜାରି ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: