ପ୍ରଚାରରେ ପ୍ରମିଳାଙ୍କୁ ବାଧା

ପ୍ରଚାରରେ ପ୍ରମିଳାଙ୍କୁ ବାଧା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ବରଦାସ୍ତ ହେବ ନାହିଁ। ଏ ନେଇ ଏକ ସ୍ପଷ୍ଟ ବାର୍ତ୍ତା ଦେଇ ରାଜ୍ୟ ର୍ନିବାଚନ କମିଶନ ବିଧାନସଭାରେ ବିଜେଡିର ବରିଷ୍ଠ ନେତ୍ରୀ ତଥା ସରକାରୀ ମୁଖ୍ୟ ଛାଟିଆ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତ ର୍ନିବାଚନରେ ପ୍ରଚାର କରିବାକୁ ବାରଣ କରିଛନ୍ତି । ତଦନୁଯାୟୀ ମଲ୍ଲିକ ୧୪ ଫେବୃଆରୀ ଦିନ ୧୦ଟାରୁ ରୁ ୪୮ ଘଣ୍ଟା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ ନାହିଁ ।
ନିର୍ବାଚନ କମିଶନ ସଚିବ ଆର.ଏନ୍ ସାହୁ ରବିବାର ଦିନ ମଲ୍ଲିକଙ୍କ ର୍ନିବାଚନମଣ୍ଡଳୀରେ ଥିବା ଯାଜପୁର ଜିଲ୍ଲାପାଳଙ୍କୁ କମିଶନଙ୍କ ଏହି ନିର୍ଦ୍ଦେଶ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କୁ ସାକ୍ଷାତକାର, ଗଣମାଧ୍ୟମରେ ବକ୍ତବ୍ୟ (ଇଲେକ୍ଟ୍ରୋନିକ୍‌, ପ୍ରିଣ୍ଟ, ସୋସିଆଲ୍ ମିଡିଆ) ଇତ୍ୟାଦି ପ୍ରଚାରରୁ ନିବୃତ୍ତ କରିଛନ୍ତି । ସୂଚନାନୁସାରେ ମଲ୍ଲିକ ପଞ୍ଚାୟତ ର୍ନିବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ଲୋକଙ୍କୁ ବିଭିନ୍ନ ଯୋଜନାର ସୁବିଧା ପ୍ରଦାନ ବନ୍ଦ କରିବାକୁ ଭୋଟରଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।ଗତ ଗୁରୁବାର ଦିନ ଯାଜପୁର ଜିଲ୍ଲାର ଜିଲା ପରିଷଦ ଜୋନ୍ – ୨୭ ରେ ପଞ୍ଚାୟତ ର୍ନିବାଚନ ପ୍ରଚାର ସମୟରେ ଶ୍ରୀମତୀ ମଲ୍ଲିକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ନଦେଲେ ଭୋଟରଙ୍କୁ ମାସିକ ଭତ୍ତା, କଣ୍ଟ୍ରୋଲ ଚାଉଳ ଏବଂ ସରକାରୀ ଯୋଜନାରେ ପକ୍କା ଘର ମିଳିବ ନାହିଁ ବୋଲି ଧମକ ଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: