ଚେନ୍ନାଇ ସୁପର୍ କିଙ୍ଗରେ ସାମିଲ ହେଲେ ଓଡ଼ିଆ ପୁଅ

ଚେନ୍ନାଇ ସୁପର୍ କିଙ୍ଗରେ ସାମିଲ ହେଲେ ଓଡ଼ିଆ ପୁଅ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ଶୁଭ୍ରାଂଶୁ ସେନାପତିଙ୍କୁ ଚଳିତ ଆଇପିଏଲ ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗସ ୨୦ ଲକ୍ଷରେ କିଣିଛି । ନିକଟରେ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫିରେ ଓଡିଶାର ନେତୃତ୍ୱ ନେଇଥିଲେ । ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଥିଲେ । ଡିସେମ୍ବରରେ ତାଙ୍କୁ ଚେନ୍ନାଇ ଟ୍ରାଏଲ ପାଇଁ ଡକାଇଥିଲା । ଲକ୍ଷ୍ମୀପତି ବାଲାଜୀ, ଅରୁଣ କାର୍ତିକ ଓ ଅମ୍ବାତି ରାୟୁଡୁ ଟ୍ରାଏଲରେ କେନ୍ଦୁଝରର ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଥିଲେ । ୨୦୨୧ରେ ତାଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଥିଲେ ମଧ୍ୟ କେହି କିଣି ନ ଥିଲେ । ତୃତୀୟ ଓଡିଆ ଭାବେ ସେ ଆଇପିଏଲ ଖେଳିବା ପାଇଁ ସୁଯୋଗ ପାଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: