ଫ୍ରାଙ୍କ ଓ୍ବାଲ୍‌ଟର ପୁନଃ ଜର୍ମାନ ରାଷ୍ଟ୍ରପତି

ଫ୍ରାଙ୍କ ଓ୍ବାଲ୍‌ଟର ପୁନଃ ଜର୍ମାନ ରାଷ୍ଟ୍ରପତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ୍‌-ଓ୍ବାଲ୍‌ଟର ଟେଇନମେଇର ଏହି ପଦବୀକୁ ଆଉ ୫ ବର୍ଷ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ରବିବାର ସ୍ବତନ୍ତ୍ର ସଂସଦୀୟ ସଭାରେ ତାଙ୍କୁ ନିର୍ବାଚିତ କରାଯାଇଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ତାଙ୍କୁ ସମର୍ଥନ କରିଥିଲେ। ପାର୍ଲାମେଣ୍ଟର ନିମ୍ନ ସଦନ ସଦସ୍ୟ ଏବଂ ୧୬ ରାଜ୍ୟର ପ୍ରତିନିଧିମାନେ ଫ୍ରାଙ୍କ୍‌ଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇଛନ୍ତି। ସେ ବିଭାଜନ ନୀତିକୁ ବିରୋଧ କରିବେ ଏବଂ ଗଣତନ୍ତ୍ର ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ୨୦୧୭ରେ ପ୍ରଥମେ ରାଷ୍ଟ୍ରପତି ହେବା ପୂର୍ବରୁ ଫ୍ରାଙ୍କ୍‌ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ ସରକାରରେ ବହିର୍ବ୍ୟାପାର ମନ୍ତ୍ରୀ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: