ଡିସେମ୍ବର ୧୪ ତାରିଖ ସୁଦ୍ଧା ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା

ଡିସେମ୍ବର ୧୪ ତାରିଖ ସୁଦ୍ଧା ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀଙ୍କ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ଯେ, ୨୦୨୨ ମାର୍ଚ୍ଚରେ ସରିବ ପଞ୍ଚାୟତ କାର୍ଯ୍ୟକାଳ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଡିସେମ୍ବର ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଡିସେମ୍ବର ୬ରେ ଚୂଡାନ୍ତ ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ। ୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ। ଏହାସହ ଯେଉଁମାନଙ୍କୁ ୨୦୨୧ ନଭେମ୍ବର ୧ ସୁଦ୍ଧା ୧୮ ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୯ ଜିଲ୍ଲାର ତାଲିକା ପ୍ରକାଶ ପାଇବ। ନିର୍ଦ୍ଧାରିତ ସମୟରେ ୩୦ ଜିଲ୍ଳାରେ ହେବ ପଞ୍ଚାୟତ ନିର୍ବାଚନ। ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି ତାରିଖ। ବାଲେଶ୍ଵର ଜିଲ୍ଲା ବ୍ୟତୀତ ଅନ୍ୟ ୨୯ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନଭେମ୍ବର ୧୬ ତାରିଖରେ ସମସ୍ତ ଗ୍ରାମପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ। କୌଣସି ଦାବି କିମ୍ବା ଆପତ୍ତି ଓ ଅଭିଯୋଗ ଥିଲେ, ୨୩ ତାରିଖ ସୁଦ୍ଧା ଇଲେକଟ୍ରୋରାଲ ରେଜିଷ୍ଟ୍ରଆର ଅଫିସରଙ୍କ ନିକଟରେ ଦାଖଲ ହେବ। ୨୪ରୁ ୨୬ ତାରିଖ ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ। ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ଥିବେ ସେମାନେ ୨୯ରୁ ୩୦ ନଭେମ୍ବର ମଧ୍ୟରେ ବିଡିଓଙ୍କ ପାଖରେ ଦରଖାସ୍ତ ଆବେଦନ କରିବେ। ଡିସେମ୍ବର ୧ରୁ ୨ ତାରିଖ ଭିତରେ ବିଡିଓ ଏହି ଅଭିଯୋଗର ଫଇସଲା କରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: