୧୧୯ ଜଣଙ୍କୁ ପଦ୍ମ ପୁରସ୍କାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଆଜି ଦେଶର ସର୍ବୋଚ୍ଚ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ୨୦୨୦ ବର୍ଷ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି। ଏଥର ୨୯ ମହିଳାଙ୍କ ସମେତ ମୋଟ ୧୧୯ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଜଣେ କିନ୍ନର ଓ ୧୬ ଜଣଙ୍କୁ ମରଣୋତ୍ତର ଭାବେ ଏଥର ପଦ୍ମ ପୁରସ୍କାର ମିଳିଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରତିବର୍ଷ ପଦ୍ମ ସମ୍ମାନରେ ସମ୍ମାନୀତ କରାଯଇଥାଏ। ଆଜିର ଏହି ସମ୍ମାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ ।ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଗାୟକ ଦିବଂଗତ ଏସପି ବାଲାସୁବ୍ରମଣ୍ୟମ୍, ଓଡ଼ିଶାର ବାଲୁକା କଳାକାର ସୁଦର୍ଶନ ସାହୁ, ପ୍ରତ୍ନତତ୍ତ୍ୱବିତ୍ ବି.ବି ଲାଲଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ଏହି ଅବସରରେ ପୂର୍ବ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତା ସୁଷମା ସ୍ୱରାଜଙ୍କୁ ମରୋଣତର ପଦ୍ମ ବିଭୂଷଣ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି। ସୁଷମାଙ୍କ ଝିଅ ବଂସୁରୀ ସ୍ୱରାଜ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ତରୁଣ ଗୋଗୋଇଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି ।ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ସଚିବ ଶ୍ରୀପେନ୍ଦ୍ର ମିଶ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦିବଂଗତ ନେତା ରାମ ଭିଲାସ ପାସୱାନ,ଏବଂ ଧାର୍ମିକ ନେତା କେବୁଲ ସାଦିକଙ୍କ ସମେତ ୧୦ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ୧୦୨ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ଗୋଆର ପୂର୍ବତନ ରାଜ୍ୟପାଳ ତଥା ଦିବଙ୍ଗତ ନେତା ମ୍ରିଦୁଲା ସିହ୍ନା , ବ୍ରିଟିଶ ଚଳଚ୍ଚିତ୍ର ନିର୍ଦ୍ଦେଶକ ପିଟର ବ୍ରୁକ୍, ପିତା ୱେଲ୍ସ ପ୍ରଫେସର ଚମାନ ଲାଲ ସାପ୍ରୁ ମଧ୍ୟ ରହିଛନ୍ତି । ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଗାୟକ ଅଦନନ୍ ସାମିଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି।

Leave a Reply

Your email address will not be published. Required fields are marked *