ଏକ୍ସପୋର୍ଟ ଇକୋସିଷ୍ଟମ ପିଲାରରେ ଓଡ଼ିଶା ଦେଶରେ ଦ୍ୱିତୀୟ

ଏକ୍ସପୋର୍ଟ ଇକୋସିଷ୍ଟମ ପିଲାରରେ ଓଡ଼ିଶା ଦେଶରେ ଦ୍ୱିତୀୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନୀତି ଆୟୋଗ ପକ୍ଷରୁ ଏକ୍ସପୋର୍ଟ ପ୍ରିପାରେଡନେସ୍ ଇଣ୍ଡେକ୍ସ ୨୦୨୦ ପ୍ରକାଶ ପାଇଛି। ଏଥିରୁ ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ଦେଶର ୮ଟି ଉପକୂଳ ରାଜ୍ୟ ମଧ୍ୟରୁ ଓଡ଼ିଶା ୫୮.୨୩ ପ୍ରତିଶତ ସହ ୪ ନମ୍ବରରେ ରହିଛି । ସମୁଦାୟ ରାଙ୍କିଂରେ ଦେଶରେ ଓଡ଼ିଶା ୫ ନମ୍ବର ସ୍ଥାନରେ ରହିଛି । ପଲିସି ପିଲାରରେ ଓଡ଼ିଶା ୭୧.୨୯ ପ୍ରତିଶତ ହାସଲ କରିଛି। ସେହିଭଳି ବିଜନେସ୍ ଇକୋସିଷ୍ଟମ ପିଲାରରେ ଓଡ଼ିଶାର ସ୍କୋର ହେଉଛି ୫୫.୮୧ ପ୍ରତିଶତ। ଏକ୍ସପୋର୍ଟ ଇକୋସିଷ୍ଟମ ପିଲାରରେ ମହାରାଷ୍ଟ୍ର ତଳକୁ ୬୫.୯୪ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଏକ୍ସପୋର୍ଟ ପର୍ଫମାନ୍ସ ପିଲାରରେ ଓଡ଼ିଶା ୪୨.୨୯ ପ୍ରତିଶତ ସ୍କୋର କରିଛି । ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ଭଲ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଓଡ଼ିଶାରେ ବ୍ୟବସାୟ ପ୍ରତିଷ୍ଠା ଓ ପରିଚାଳନା ଅନ୍ୟ ରାଜ୍ୟ ଅପେକ୍ଷା ଶସ୍ତା । ଇଜ୍ ଅଫ୍ ଡୁଇଂ ବିଜିନେସରେ ଓଡ଼ିଶାର ସ୍କୋର ୯୨.୦୮ ପ୍ରତିଶତ ରହିଛି । ଏକ୍ସପୋର୍ଟ ଇକୋସିଷ୍ଟମରେ ମହାରାଷ୍ଟ୍ର, ଓଡ଼ିଶା ଭଳି ଉପକୂଳ ରାଜ୍ୟଙ୍କ ସହ ଟପ୍ ୩ରେ ଅଛି ରାଜସ୍ଥାନ।ନବ୍ୟବସାୟ ସହାୟତାରେ ଓଡ଼ିଶା ଭଲ ପ୍ରଦର୍ଶନ କରୁଥିବା ରିପୋର୍ଟରେ କୁହାଯାଇଛି । ବ୍ୟବସାୟୀଙ୍କ ରପ୍ତାନୀ ଅଭ୍ୟାସ ବୃଦ୍ଧି ପାଇଁ ଓଡ଼ିଶା ୨୪ଟି କର୍ମଶାଳା ଆୟୋଜନ କରିଛି । ଗବେଷଣା ଓ ଭିତ୍ତିଭୂମି ଉନ୍ନତିକରଣ କରୁଥିବା ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଭଳି ପୁଞ୍ଜି ନିବେଶର ବିଶାଳ ସମାବେଶ ଆୟୋଜନ କରି ଓଡ଼ିଶା ଦେଶ ବିଦେଶରେ ଅନେକ ପ୍ରଶଂସା ସାଉଁଟିଛି । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ୱା କୃଷି କର୍ମଣ କ୍ଷେତ୍ରରେ ଅନେକ ସମ୍ମାନର ଅଧିକାରୀ ହୋଇପାରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: