‘ଭୁବନେଶ୍ୱର ଗଞ୍ଜେଇ ସବୁଠୁ ଭଲ’, ରିୟାଙ୍କ ଓଡ଼ିଶା ଲିଙ୍କ୍ !

‘ଭୁବନେଶ୍ୱର ଗଞ୍ଜେଇ ସବୁଠୁ ଭଲ’, ରିୟାଙ୍କ ଓଡ଼ିଶା ଲିଙ୍କ୍ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜାଚୀୟ ଗଣମାଧ୍ୟମ ସଂସ୍ଥା ‘ଟାଇମ୍ସ ନାଓ’ର ତଥ୍ୟ ଅନୁସାରେ, ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ରହିଛି। ଭୁବନେଶ୍ୱରର ଗଞ୍ଜେଇ କାଳେ ସବୁଠୁ ଭଲ ବୋଲି ରିୟା ତାଙ୍କ ହ୍ୱାଟସଆପ ଚାର୍ଟରେ କହିଛନ୍ତି। ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରିୟାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ୍ ଚାଟରୁ ଏଭଳି ଜଣାପଡ଼ିଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ପ୍ରମାଣିତ କରିଛି। ଚାଟରୁ ମିଳିଥିବା ତଥ୍ୟ ଅନୁସାରେ, ରିୟା ଦୁଇ ପ୍ୟାକେଟ୍ ଗଞ୍ଜେଇ କିଣିବାକୁ ସୁଶାନ୍ତଙ୍କ ଘରୋଇ ସହାୟକ ଦିପେଶ ସାୱନ୍ତଙ୍କୁ ୧୭ ହଜାର ଟଙ୍କା ଦେଇଥିଲେ। ଏହି ଚାଟ୍ ବେଳେ ରିୟା ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱର ଗଞ୍ଜେଇ ସବୁଠୁ ଭଲ। ତେବେ ପ୍ରକୃତରେ ଏହା କେତେଦୂର ସତ୍ୟ, ତାହା ଏଯାଏ ପ୍ରମାଣିତ ହୋଇ ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: