ଅର୍ଥନୈତିକ ସଙ୍କଟ ପାଇଁ ଲକଡାଉନ୍ ଦାୟୀ

ଅର୍ଥନୈତିକ ସଙ୍କଟ ପାଇଁ ଲକଡାଉନ୍ ଦାୟୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଲକ୍‌ଡାଉନ୍ ଯୋଗୁ ଦେଶରେ ବ୍ୟାପକ ଅର୍ଥନୈତିକ ସଂକଟ ଦେଖାଦେଇଛି। ଏନେଇ ସୁପ୍ରିମକୋର୍ଟ କହିଛନ୍ତି । ଏକ ଋଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଏହାସହ ମୋରାଟୋରିୟମ ଅବଧି ପରେ ଲୋକଙ୍କୁ ନିଜର ଋଣ ବାବଦରେ ଅଧିକ ସୁଧ ଦେବାକୁ ପଡ଼ିବ କି ନାହିଁ, ସେ କଥା କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ ବୋଲି କୋର୍ଟ କହିଛନ୍ତି। ଏଯାଏଁ କେନ୍ଦ୍ର ସରକାର କାହିଁକି ଏହି ମାମଲାରେ ସତ୍ୟପାଠ ଦାଖଲ କରିନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଅର୍ଥନୀତିରେ ଯେଉଁ ସଂକଟ ସୃଷ୍ଟି ହୋଇଛି, ସେଥିପାଇଁ ଜାରି ରହିଥିବା ଲକଡାଉନ୍ ହିଁ ଦାୟୀ ବୋଲି ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ୍ ଓ ମୋରାଟରିୟମ୍ ପରିୟଡ ପରେ ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡିବ କି ନାହିଁ, ତାହା ସ୍ପଷ୍ଟ କରନ୍ତୁ ବୋଲି ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: