ନୂଆବର୍ଷ ପାଇଁ ନୂଆ ଗାଇଡ ଲାଇନ

ନୂଆବର୍ଷ ପାଇଁ ନୂଆ ଗାଇଡ ଲାଇନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଡିସେମ୍ବର ୨୫ତାରିଖରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ନୂଆବର୍ଷର ସ୍ବାଗତ ପାଇଁ ଜିରୋ ନାଇଟି କି ଭୋଜିଭାତ ହୋଇ ପାରିବ ନାହିଁ। ଏହାସହ ଆସନ୍ତା କାଲି ବଡଦିନ ଅବସରରେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣଙ୍କୁ ନେଇ ହେବ ବିଧି ବ୍ୟବସ୍ଥା। ଏହାସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ହେବ । ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ୍‌, କଲ୍ୟାଣ ମଣ୍ଡପ ଉପରେ ରହିବ ସତର୍କ ଦୃଷ୍ଟି।ଜନଗହଳି, ନାଚଗୀତ, ଉତ୍ସବ ପାଳନ ସଂପୂର୍ଣ୍ଣ ନିଷେଧ, କେବଳ ପୂର୍ବ ନିର୍ଦ୍ଧାରିତ ବିବାହ ପାଇଁ ମିଳିବ ଅନୁମତି, ନିୟମ କଡ଼ାକଡ଼ି କରିବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆବର୍ଷରେ ପିକନିକ୍ ଓ ବଣଭୋଜି ଉପରେ ମଧ୍ୟ ରୋକ୍ ଲାଗିଛି। ଖବର ଅନୁଯାୟୀ, ରାଜ୍ୟରେ ୪ ଜଣ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗକୁ ନୂଆ ବର୍ଷ ଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି । ଯାହାକୁ ନଜରରେ ରଖି ସରକାର ନୂଆବର୍ଷ ପାଇଁ କଟକଣା ଲାଗୁ କରିଛନ୍ତି । ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ କଟକଣାକୁ କଡାକଡି ପାଳନ କରିବାକୁ ସରକାର କହିଛନ୍ତି ।କଟକଣା ଅନୁସାରେ, ହୋଟେଲ, କଲ୍ୟାଣ ମଣ୍ଡପ ସମେକ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ, ଭୋଜିଭାତ, ସର୍ବସାଧାରଣରେ ଭୋଜିଭାତ ଉପରେ ରୋକ୍ ଲାଗିଛି । ସେହିପରି ବଡଦିନ ଓ ନୂଆବର୍ଷରେ କୌଣସି ସ୍ଥାନରେ ବଣଭୋଜି ହୋଇପାରିବ ନାହିଁ । ଏତତ୍ ବ୍ୟତୀତ , ବିବାହ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । ରାଲି, ନାଚଗୀତ ଆଦି ଉପରେ ରୋକ୍ ଲାଗିଛି । ଶବ ସତ୍କାର ବେଳେ ବି କୋଭିଡ କଟକଣାକୁ ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: