କ୍ରିକେଟରୁ ଭଜିଙ୍କ ସନ୍ନ୍ୟାସ

କ୍ରିକେଟରୁ ଭଜିଙ୍କ ସନ୍ନ୍ୟାସ

ପ୍ରିଜମ ନ୍ୟୁଜ ବ୍ୟୁରୋ:କ୍ରିକେଟରୁ ସନ୍ୟାସ ନେଲେ ହରଭଜନ ସିଂ। ୨୩ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଛେଦ।କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ହରଭଜନ ସିଂ । କ୍ରିକେଟରୁ ଅବସର ନେବା ବିଷୟରେ ନିଜେ ଟ୍ବିଟରରେ ସୂଚନା ଦେଇଛନ୍ତି ହରଭଜନ। ୪୧ ବର୍ଷୀୟ ହରଭଜନ ସିଂହ ଟ୍ବିଟ୍‌ କରି ଲେଖିଛନ୍ତି, ‘ସବୁ ଭଲର ଦିନେ ନା ଦିନେ ଅନ୍ତ ହୋଇଥାଏ । ଆଜି ମୁଁ ସେହି ଖେଳରୁ ବିଦାୟ ନେଉଛି ଯାହାକି ଜୀବନରେ ମୋତେ ସବୁକିଛି ଦେଇଛି । ମୁଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ଏହି ୨୩ ବର୍ଷ ମଧ୍ୟରେ ମୋର ଲମ୍ବା ଯାତ୍ରାକୁ ସୁନ୍ଦର ଏବଂ ସ୍ମରଣୀୟ କରିଛନ୍ତି । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ।’ ବିଶ୍ବ କ୍ରିକେଟରେ ହରଭଜନ ସିଂହ ଥିଲେ ଜଣେ ବିଚକ୍ଷଣ ପ୍ରତିଭା । ୨୦୧୧ ବିଶ୍ୱକପ ଓ ୨୦୦୭ T-୨୦ ବିଜୟରେ ଭାରତୀୟ ଦଳ ସହ ରହିଥିଲେ ସେ। ୧୯୯୮ ମସିହା ଏପ୍ରିଲ ୧୭ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳି ଡେବ୍ୟୁ କରିଥିଲେ ସେ । ଏହା ପରେ ଆରମ୍ଭ ହୋଇଥିଲା ତାଙ୍କ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ । ୨୦୦୦ ମସିହାରୁ ୨୦୧୦ ମସିହା ଯାଏଁ ହରଭଜନ ଏବଂ ଅନିଲ କୁମ୍ବଲେ ଯୋଡି ଭାରତୀୟ କ୍ରିକେଟକୁ ବେଶ୍‌ ସଫଳତା ଦେଇଥିଲା । ଭାରତ ପାଇଁ ୨୦୧୬ ମସିହାରେ ଶେଷ ମ୍ୟାଚ ଖେଳିଥିଲେ ହରଭଜନ । ୨୦୧୬ରେ ୟୁଏଇ ବିପକ୍ଷରେ ଏସିଆ କପ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଥିଲା ଟର୍ବିନେଟର୍‌ଙ୍କ ଶେଷ ମ୍ୟାଚ୍ । ଟର୍ବୋନେଟର ଭାବରେ ଜଣାଶୁଣା ହରଭଜନ ସିଂ ବିଶ୍ୱର ଶ୍ରେଷ୍ଠ ଅଫ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ।ପରବର୍ତ୍ତୀ ଆଇପିଏଲ୍ ସିଜନ୍ ପାଇଁ ହରଭଜନ ସିଂ କୋଚ୍ କିମ୍ବା ପରାମର୍ଶଦାତା ଭାବେ କୌଣସି ଦଳରେ ଯୋଗ ଦେଇପାରନ୍ତି । ତେବେ ତାଙ୍କର ଅବସର ନେବା ଘୋଷଣା ତାଙ୍କ ପ୍ରଶଂସକଙ୍କୁ ନିହାତି ଭାବେ ଦୁଃଖୀ କରିଛି। ସେ କ୍ୟାରିୟରରେ ଯେମିତି ସଫଳ ବ୍ୟକ୍ତିଗତ ଭାବେ ମଧ୍ୟ ମେଳାପି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: