ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ଫୋରଣ, ୨ମୃତ-୪ ଗୁରୁତର

ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ଫୋରଣ, ୨ମୃତ-୪ ଗୁରୁତର

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଜାବର ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ । ଏଥିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି ।ଲୁଧିଆନାର ଜିଲ୍ଲା ସେସନ୍ କୋର୍ଟ କମ୍ପ୍ଲେକ୍ସରେ ଏହି ଘଟଣା ଘଟିଛି। କୋର୍ଟର ଦ୍ୱିତୀୟ ମହଲାରେ ୱାସ ରୁମରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର କାରଣରୁ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି। ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ବୋମା ନା ଆଉ କିଛି ବିସ୍ଫୋରଣ ହେଲା ସେନେଇ ଅଧିକ ତଦନ୍ତ ଚାଲିଛି । ତେବେ କୋର୍ଟର କପି ବ୍ରାଞ୍ଚରେ ଏହି ବିସ୍ଫୋରଣ ହୋଇଥିବାର ଜଣା ପଡ଼ିଛି । ତେବେ ଏହି ବୋମା ବିସ୍ଫୋରଣ ନା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନାହିଁ । ସମ୍ପୂର୍ଣ୍ଣ କୋର୍ଟ ଚାରିପାଖକୁ ପୁଲିସ କର୍ଡ଼ନ କରି ବିସ୍ଫୋରଣର କାରଣ ଖୋଜୁଛି। ଘଟଣା ପରେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: