ଲକ୍ଷେରୁ ଅଧିକ ଉଠାଦୋକାନୀଙ୍କୁ ମିଳିଲା କୋଭିଡ ସହାୟତା

ଲକ୍ଷେରୁ ଅଧିକ ଉଠାଦୋକାନୀଙ୍କୁ ମିଳିଲା କୋଭିଡ ସହାୟତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଲକ୍ଷେରୁ ଅଧିକ ଉଠାଦୋକାନୀଙ୍କୁ ମିଳିଲା ୩୦୦୦ ଟଙ୍କାର କୋଭିଡ ସହାୟତା।ଖବରକାଗଜ ହକରଙ୍କ ପରେ ଆଜି ଉଠାଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେଇଛନ୍ତି। ୧ ଲକ୍ଷ ୧ ହଜାର ପଥପାର୍ଶ୍ୱ ବିକାଳୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ରାଜ୍ୟର ୫ ମହାନଗରରେ ଉଠା ଦୋକାନୀଙ୍କୁ କୋଭିଡ଼ ସହାୟତା ପ୍ରଦାନ କରାଯାଇଛି। ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ସହାୟତା ଦିଆଯିବ।ପ୍ରାୟ ୩୦ କୋଟିରୁ ଅଧିକ ଟଙ୍କା ସହରାଞ୍ଚଳରେ ଥିବା ଉଠାଦୋକାନୀ ମାନଙ୍କୁ ଦିଆଯିବ । ଏହାସହ ନବୀନ ଆଉ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ୮୭ଟି ସହରରେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ନବୀନ କହିଛନ୍ତି । ଆଉ ଏଥିପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଠାଦୋକାନୀ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମାନଙ୍କ ଗୁରୁତ୍ୱ ରହିଛି ଓ ଆଗକୁ ରହିବ। କରୋନା ସମସ୍ତଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି। ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍‌ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତା ଦିଆଯାଇଥିଲା । ଏହାସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: