ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ଯା

ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ଯା

ପ୍ରିଜମ ନ୍ୟୁଜ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ। ଆଜି ଦୈନିକ କରୋନା ସଂକ୍ରମଣ ହଜାରେ ତଳକୁ ରହିଛି । ଜାନୁୟାରୀ ୪ ତାରିଖରେ ରାଜ୍ୟରେ ୬୮୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ଦୈନିକ ସଂକ୍ରମଣ ଦ୍ରୁତ ବେଗରେ ବଢିଥିଲା । ଜାନୁୟାରୀ ୧୯ ତାରିଖରେ ସର୍ବାଧିକ ୧୧,୬୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ସଂକ୍ରମଣ ହାର ହ୍ରାସ ପାଇଥିଲା ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୫୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୭୨ ଜଣ ଶିଶୁ ଥିବାବେଳେ କ୍ୱାରେଣ୍ଟାଇନ୍‍ରୁ ୫୦୩ ଜଣ ଓ ଲୋକାଲରୁ ୩୫୬ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୭୮,୧୨୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୨,୫୭,୮୪୦ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧,୩୨୪କୁ ହ୍ରାସ ପାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: