କବରରୁ ଜୀବିତ ହୋଇ ଉଠିଲା ଶବ, ପିଇଲା ଜୁସ୍

କବରରୁ ଜୀବିତ ହୋଇ ଉଠିଲା ଶବ, ପିଇଲା ଜୁସ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ମହାମାରୀର ପାଇଁ ସଂକ୍ରମଣ ବଢ଼ିବାରେ ଲାଗିଛି । ଅନେକ ଦେଶରେ କୁଢ଼ କୁଢ଼ ଶବ ଗଦା ହେଉଛି। ଭାରତ ସମେତ ଅନେକ ଦେଶରେ ଶ୍ମଶାନ, କବର ସ୍ଥାନରେ ଶବ ସଂସ୍କାର ପାଇଁ ଜାଗା ମିଳୁନି । ଶ୍ମଶାନରେ ଏକାସାଙ୍ଗରେ ଏକାଧିକ ଶବ ଜାଳି ଦିଆଯାଉଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚିଲିର ସାଣ୍ଟିଆଗୋରେ ରହୁଥିବା ମାୟରା ଆଲୋଜୋ ନାମକ ଜଣେ ୫୯ ବର୍ଷୀୟା ମହିଳା ବଞ୍ଚି ଥାଉ ଥାଉ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ତାଙ୍କ ଘରେ ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ କରାଯାଇଥିଲା ।  ଯେଉଁଥିରେ ତାଙ୍କର ଅନେକ ସମ୍ପର୍କୀୟ ଉପସ୍ଥିତ ଥିଲେ। ମାୟରା କବରରେ ଶୋଇ ସମସ୍ତଙ୍କୁ ଦେଖୁଥିଲେ ଏବଂ ତାଙ୍କ ସମ୍ପର୍କୀୟମାନେ କାନ୍ଦୁଥିବା ଭିଡିଓ ତିଆରି କରୁଥିଲେ।

    ଏପ୍ରିଲ ଶେଷ ସପ୍ତାହରେ ଚିଲିରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବାର ଜଣାପଡ଼ିଛି। ଏଠାରେ କରୋନା କାରଣରୁ ହେଉଥିବା ମୃତ୍ୟୁ ପାଇଁ ଜଣେ ମହିଳା ଅତ୍ୟନ୍ତ ରାଗି ଯାଇଥିଲେ। ସେ ଏହି ମହାମାରୀରେ ନିଜ ବଞ୍ଚିରହିବାର ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ତାଙ୍କ ଘରେ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅନ୍ତିମ ସଂସ୍କାରରେ ମାୟରାଙ୍କର ଅନେକ ସମ୍ପର୍କୀୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଘଣ୍ଟା ଘଣ୍ଟା ଧରି କବରରେ ଶୋଇଥିଲେ, ଅନେକ ଲୋକ ତାଙ୍କ ଚାରିପାଖରେ କାନ୍ଦୁଥିବା ବେଳେ କେତେକ ଲୋକ ହସୁ ଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏହି କାର୍ଯ୍ୟକ୍ରମ ପାଇଁ ମାୟରା ଏକ କବର ଏବଂ କଫିନ ଭଡ଼ାରେ ଆଣିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାୟରା ଏକ ଧଳା ପୋଷାକ ପିନ୍ଧି କବରରେ ଶୋଇଥିଲେ । ଏବଂ ଗୋଟେ ଫୁଲର ମୁକୁଟ ପିନ୍ଧିଥିଲେ। ଏଥି ସହିତ ଧଳା ତୁଳା ମଧ୍ୟ ତାଙ୍କ ନାକରେ ଦିଆଯାଇଥିଲା। ଯେମିତି ମୃତ ଲୋକଙ୍କର ଦିଆଯାଏ। ଏହି ଅନ୍ତିମ ସଂସ୍କାରରେ ମାୟରା ପ୍ରାୟ ୬୩ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଅନ୍ତିମ ସଂସ୍କାରକୁ ଆସିଥିବା ଅତିଥିମାନଙ୍କ ପାଇଁ ଜଳଖିଆ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ମହିଳା ଜଣକ କବରରୁ ଉଠି ନିଜ ସମ୍ପର୍କୀୟଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହ ଜୁସ୍ ପିଇବା ସହ ଜଳଖିଆ ଖାଇଥିଲେ। କରୋନାରେ ହେଉଥିବା ମୃତ୍ୟୁରେ ଆହତ ହୋଇ ମାୟରା ଏହି ମିଛି ମିଛିକା ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ କରିଥିଲେ।

https://www.youtube.com/watch?v=vy3VIrmLGCI

 ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଅନେକ ଲୋକ ଏହି ମହାମାରୀ କାରଣରୁ ମୃତ୍ୟୁମୁଖକୁ ଯାଉଛନ୍ତି। ପରିସ୍ଥିତି ଏତେ ଜଟିଳ ହୋଇଛି ଯେ, ଅନେକ ଲୋକ ଅନ୍ତିମ ସଂସ୍କାରର ସୁଯୋଗ ମଧ୍ୟ ପାଉନାହାନ୍ତି। ମାୟରାଙ୍କୁ ବର୍ତ୍ତମାନ ଏଥିପାଇଁ କୌଣସି ଅବଶୋଷ ରହିବ ନାହିଁ। ସେ ତାଙ୍କର ଅନ୍ତିମ ସଂସ୍କାର କରିସାରିଛନ୍ତି। ତେବେ ମାୟରାଙ୍କ ବଞ୍ଚି ଥାଉ ଥାଉ ତାଙ୍କର ଅନ୍ତିମ ସଂସ୍କାରର ଭିଡିଓ ଏବଂ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଚି । ଏହାକୁ ଦେଖୁଥିବା ଲୋକ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି। ତେବେ କେହି କେହି ଉକ୍ତ ମହିଳାଙ୍କ ଏଭଳି କାର୍ଯ୍ୟ ଦେଖି ନିଜ ହସକୁ ଅଟକାଇ ପାରିନାହାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: