୧୪ ସାଇବର ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଅଫିସରଙ୍କୁ ମିଳିଲା ପଦୋନ୍ନତି

୧୪ ସାଇବର ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଅଫିସରଙ୍କୁ ମିଳିଲା ପଦୋନ୍ନତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:IPS ଦୀପକ କୁମାର, ସତ୍ୟବ୍ରତ ଭୋଇ ଏବଂ ଆଶିଷ ସିଂହଙ୍କୁ ମିଳିଲା ପଦୋନ୍ନତି । ୨୦୦୪ ବ୍ୟାଚ୍‌ର ଏହି ସମସ୍ତ IPSଙ୍କୁ IG ପାହ୍ୟାକୁ ମିଳିଛି ପଦୋନ୍ନତି। ସେହିପରି DIG ପାହ୍ୟାକୁ ଗଲେ ଉମାଶଙ୍କର ଦାଶ, ପ୍ରକାଶ ଆର, ସତ୍ୟଜିତ ନାୟକ। ଅଖିଳେଶ୍ବର ସିଂହ, ବ୍ରିଜେସ୍‌ କୁମାର ରାୟ ଓ ଚରଣ ସିଂହ ମୀନାଙ୍କୁ ସିଲେକ୍ସନ ଗ୍ରେଡ୍‌ଙ୍କୁ ପଦୋନ୍ନତି ଦିଯାଇଛି।ଏହାସହ ଅନୁପମା ଜେମ୍ସ, ରାହୁଲ ପି.ଆର. ପରମର ସ୍ମିତ ପୁରୁଷୋତ୍ତମ ଦାସ, ଜଗମୋହନ ମୀନା, ମୁକେଶ କୁମାର ଭାମୋ, ଏଲ.ଦିବ୍ୟ ଭିଙ୍କୁ କନିଷ୍ଠ ପ୍ରଶାସନିକ ଗ୍ରେଡକୁ ପଦୋନ୍ନତି ଦିଆଯାଇଛି।ଏହାସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଲୋକଙ୍କ ଜୀବନ, ସ୍ୱାଧୀନତା ଓ ସମ୍ପତ୍ତିକୁ ସାଇବର ଅପରାଧରୁ ରକ୍ଷା କରିବା ଲାଗି ପ୍ରତିଶ୍ରୁତିବଦ୍ଧ।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦିନକୁ ଦିନ ସାଇବର ଅପରାଧ ବଢ଼ିବା ସହ ସମାଜରେ ପ୍ରମୁଖ ଅପରାଧ ପାଲଟିଛି । ଆଉ ଚିନ୍ତାଜନକ ବିଷୟ ହେଉଛି, ଏହା ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହେଉଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ସୀମା ରେଖା ନାହିଁ । ସାଇବର ଅପରାଧୀ ବିଦେଶରେ ବସି ଲୁଟ୍ ବେଳେ ବାରମ୍ବାର ସର୍ଭରରେ ସ୍ଥାନ ବଦଳାଇ ଚ୍ୟାଲେଞ୍ଜ ଦେଉଛନ୍ତି । ଆର୍ଥିକ ଅପରାଧ ଏବେ ବ୍ଲୁ କଲାର କ୍ରାଇମ ପାଲଟିଛି । ଯାହାକି ଖାଲି ବ୍ୟକ୍ତିକୁ ଆଘାତ ଦିଏନି ବରଂ ଦେଶର ଆର୍ଥିକ ସ୍ୱାସ୍ଥ୍ୟକୁ ଖରାପ କରି ଦିଏ ।ଉଦଘାଟିତ ହୋଇଥିବା ପୋଲିସ ଥାନାରେ ତାମିଲପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ ଟେକ୍ନିକାଲ ଏକ୍ସପର୍ଟ ରହିବେ । ଆର୍ଥିକ ଓ ସାଇବର ଅପରାଧର ତଦନ୍ତ ପାଇଁ ସେମାନଙ୍କୁ ଉନ୍ନତମାନର ହାର୍ଡୱେର ଏବଂ ସଫ୍ଟୱେର ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ଥାନାର ଉଦଘାଟନ କରିଛନ୍ତି । ଇନଫୋ ଭ୍ୟାଲି ସ୍ପେଶିଆଲ୍ ଇକୋନୋମିକ ଜୋନ୍, କଟକ ବୟାଳିଶି ମୌଜା, ଭୁବନେଶ୍ୱର ପାହାଳ ଫାଣ୍ଡିକୁ ଥାନାରେ ରୂପାନ୍ତିକରଣ କରାଯାଇଛି । ଏହି ୩ ଥାନା ରୂପାନ୍ତିକରଣ ଦ୍ୱାରା ଦୈତ୍ୟ ନଗରୀରେ ପୋଲିସର ଶକ୍ତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: