ନବନିଯୁକ୍ତ ଓଏଏସ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ସାଧାରଣ ଜନତାଙ୍କୁ ଅଣଦେଖା କରିବେନି

ନବନିଯୁକ୍ତ ଓଏଏସ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ସାଧାରଣ ଜନତାଙ୍କୁ ଅଣଦେଖା କରିବେନି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଓଡିଶା ପ୍ରଶାସନିକ ସେବାରେ ସାମିଲ ହେଲେ ୧୫୩ ଅଧିକାରୀ । ଆଜି କାର୍ଯ୍ୟରେ ଯୋଗଦେଲେ ୧୫୩ ଓଏଏସ ଅଧିକାରୀ । ନବନିଯୁକ୍ତ ଓଏଏସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନିକ ସେବା ହେଉଛି ଏକକ ସେବା । ଏହା କେବଳ ଏକ ବୃତ୍ତି ନୁହେଁ । ମାଆ, ମାଟି ଓ ସାଧାରଣ ଜନତାର ସେବା କରିବା ହେଉଛି ଏହାର ଲକ୍ଷ୍ୟ । ସାଧାରଣ ଜନତାର ବିଶ୍ୱାସକୁ କୌଣସି ପରିସ୍ଥିତିରେ ଏଡ଼ାଇ ଦେବା ଅନୁଚିତ । ନୂଆ ଅଫିସରଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଫିସରମାନଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଜନତାଙ୍କ ଆଶା ଓ ବିଶ୍ୱାସକୁ ଶକ୍ତିଶାଳୀ କରିବା ଦିଗରେ ଉଦ୍ଦିଷ୍ଟ ହେବା ଆବଶ୍ୟକ । ଏହି ଦିବସ ପ୍ରତି ଅଫିସରଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅୟମାରମ୍ଭ । ଜଣେ ପ୍ରଶାସନିକ ସେବକ ଭାବେ ପ୍ରତି ଅଫିସର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ । ନିଜର ଭୂମିକା ଓ ଦାୟିତ୍ୱବୋଧକୁ ସେମାନେ ସୂଚାରୁରୂପେ ପାଳନ କରିବା ଉଚିତ।ରାଜ୍ୟର ବିକାଶ ଓ ଗରିବଙ୍କ କଲ୍ୟାଣ ଉପରେ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି- କଠିନ ପରିଶ୍ରମ ଓ ତ୍ୟାଗ ବଳରେ ହିଁ ଏହି ଆଶା ସାକାର ହୋଇପାରିବ। ଏହା ଜରିଆରେ ଓଡିଶା ୧ ନମ୍ବର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକ ସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଭର୍ଚୁଆଲ୍ ମୋଡରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସରକାରୀ ଇ-ଡାଏରୀର ମଧ୍ୟ ଉନ୍ମୋଚନ କରିଛନ୍ତି । ମୋବାଇଲରେ ଉପଲବ୍ଧ ହେବ ଏହି ସରକାରୀ ଇ-ଡାଏରୀ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: