୩୦ରୁ ଜାନୁୟାରୀ ୩ ଯାଏଁ ବନ୍ଦ ରହିବ ନନ୍ଦନକାନନ

୩୦ରୁ ଜାନୁୟାରୀ ୩ ଯାଏଁ ବନ୍ଦ ରହିବ ନନ୍ଦନକାନନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତାକାଲି ଠାରୁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି କତ୍ତୃପକ୍ଷ । ଆସନ୍ତାକାଲି ଠାରୁ ଜାନୁଆରୀ ୩ ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନ ସହ ଉଦ୍ଭିଦ ଉଦ୍ୟାନ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି । ତେବେ ରାଜ୍ୟରେ କୋଭିଡ୍‌ ସ୍ଥିତି ଏବେ ଭଲ ଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତଥାପି ଆଗକୁ ନୂଆ ବର୍ଷ ଆସୁଥିବାରୁ ଏଥିପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଭିଡ଼ଜମିବାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ ଆଜି ନନ୍ଦନକାନନ ୬୨ ତମ ପ୍ରତିଷ୍ଠା ଦିବସ ପାଳିତ ହେବା ସହ ଟ୍ରାକରେ ଦୌଡ଼ିଛି ଟୟେ ଟ୍ରେନ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: