ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ୍ ମୋହର

ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ୍ ମୋହର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜଗନ୍ନାଥ ଜମି ବିକ୍ରିରେ ଏବେ ହେବନି ଅସୁବିଧା। ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ଆଇନକୁ ମିଳିଲା କ୍ୟାବିନେଟ୍‌ର ମଞ୍ଜୁରୀ। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଆଜି ପୂର୍ବାହ୍ନରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଛି ମୋହର । ୨୦୨୨ରେ ଅନୁଷ୍ଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍‌ରେ ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ପ୍ରସ୍ତାବ ଉପରେ ଲାଗିଛି ମୋହର । ଏହି ଅଧ୍ୟାଦେଶ ଅନୁସାରେ, ଏଣିକି ଜଗନ୍ନାଥ ଜମିକୁ ଅଧିକୃତ ପ୍ରଜାଙ୍କୁ ବିକିବାକୁ ଆଉ ଦରକାର ପଡିବ ନାହିଁ ଅନୁମତି । ଏପିରିକି ରାଜ୍ୟ ସରକାରଙ୍କ ଅନୁମତି ମଧ୍ୟ ଦରକାର ନାହିଁ । ପୂର୍ବ ନିୟମ ଅନୁସାରେ ଶ୍ରୀମନ୍ଦିର ଅଧିନରେ ଥିବା ଜମି ବିକ୍ରି ଓ ଲିଜ୍‌ ପାଇଁ ଅନୁମତି ଦରକାର ହେଉଥିଲା । କିନ୍ତୁ ଆଜିର ଏହି ଅଧ୍ୟାଦେଶ ବଳରେ ସବୁ କ୍ଷେତ୍ରରେ ଆଉ ଅନୁମତି ଦରକାର ହେବ ନାହିଁ । ନିର୍ଦ୍ଦିଷ୍ଟ ଅଧିକାରୀ ହସ୍ତାନ୍ତରୀକରଣ କ୍ଷମତା ପାଇବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: