ଆସିଲା ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌: ବିବାହ ବ୍ରତରେ ୧୦୦ ଜଣଙ୍କୁ ଅନୁମତି, ବନ୍ଦ ରହିବ ଅଫଲାଇନ ପାଠପଢ଼ା

ଆସିଲା ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌: ବିବାହ ବ୍ରତରେ ୧୦୦ ଜଣଙ୍କୁ ଅନୁମତି, ବନ୍ଦ ରହିବ ଅଫଲାଇନ ପାଠପଢ଼ା

ପ୍ରିଜମ ନ୍ୟୁଜ ବ୍ୟୁରୋ: କୋଭିଡ୍‌ ଗାଇଡ୍‌ଲାଇନ୍‌ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ରାତି ୧୦ଟା ପରିବର୍ତ୍ତେ ଏବେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ । ଆସନ୍ତା ଜାନୁଆରୀ ୭ ତାରିଖ ଠାରୁ ଏହି ନିୟମ ଲାଗୁ ହେବ । ଜାନୁଆରୀ ୭ ତାରିଖ ଭୋର ୫ଟାରୁ ଫେବୃଆରୀ ୧ ତାରିଖ ଭୋର ୫ଟା ଯାଏଁ କର୍ଫ୍ୟୁ ଲାଗୁରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରିରହିବ । ଏହାସହ ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କିନ୍ତୁ କ୍ଲାସରୁମ ପାଠପଢ଼ା ବନ୍ଦ ରହିବ। ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ ବୋଲି SRC ସୂଚନା ଦେଇଛନ୍ତି। ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଓ ବେସରକାରୀ ଅଫିସ୍‌ । ଏହାସହ ବିବାହ, ବ୍ରତରେ ମାତ୍ର ୧୦୦ ଜଣ ଲୋକ ଉପସ୍ଥିତ ରହିବା ପାଇଁ ଅନୁମତି ମିଳିଛି, ଏହାସହ ବିବାହରେ ୩୦ ଜଣ ବରଯାତ୍ରୀଙ୍କୁ ଅନୁମତି ଦିଆଯାଇଛି। ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ କମ୍ ସଂଖ୍ୟକ ଲୋକରେ କାମକର ବୋଲି କୁହାଯାଇଛି। ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: