ରାଜଧାନୀରେ ମତିଲାଣି କରୋନା, ଆଉ ୫ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କଲା BMC

ରାଜଧାନୀରେ ମତିଲାଣି କରୋନା, ଆଉ ୫ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କଲା BMC

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜଧାନୀରେ ପୁଣି କଡ ଲେଉଟେଇଲାଣି କରୋନା, ବଢ଼ିବାରେ ଲାଗିଛି ସଂକ୍ରମଣ।ଏହାସହ ବଢ଼ି ଚାଲିଛି କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା । ଆଜି ଆଉ ୫ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟରେ କଟକଣା ୭ ଦିନ ପାଇଁ ବଳବତ୍ତର ରହିବ । ଗତକାଲି ଏକାଧିକ ପୋଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଡିସିପି ଅଫିସକୁ ସିଲ୍ କରାଯାଇଥିଲା ।ଆଜି ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟସ୍ଥ ଏକ ପ୍ଲଟରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଉକ୍ତ ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ଆଚାର୍ଯ୍ୟ ବିହାର ଅନ୍ତର୍ଗତ ପାଣି ଟାଙ୍କି, ସତ୍ୟନଗର, ବାପୁଜୀ ନଗର, ଟଙ୍କପାଣି ରୋଡ଼ ଅଧିନସ୍ଥ ବିଷ୍ଣୁ ନଗର ଆଦି ଅଞ୍ଚଳମାନଙ୍କରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ଟି ଅଞ୍ଚଳର ସମସ୍ତ ଜନସାଧାରଣ ଘରେ ରହିବାକୁ କୁହାଯାଇଛି । ଏହି ଅଞ୍ଚଳ ପରିସରକୁ କୌଣସି ବାହାର ଅଞ୍ଚଳ ଲୋକ ଯିବାକୁ ବାରଣ କରାଯାଇଛି। ଏହି ଅଞ୍ଚଳର ସମସ୍ତ ବାସିନ୍ଦାଙ୍କ ଜରୁରୀ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ । ଏଥିପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ୱାର୍ଡ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ଅନୁରୋଧ କରାଯାଇଛି । ସଂକ୍ରମଣ ବୃଦ୍ଧି ପରେ ଏ ପଦକ୍ଷେପ ନିଆଯାଇଥିବା ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଆଜି ରାଜ୍ୟରେ ୧୨୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ଚିନ୍ତା ବଢେଇ ଦେଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: