ଦେଶରେ କୌଣସି ପ୍ରକାର ବିଦ୍ୟୁତ ସଙ୍କଟ ନାହିଁ: ଶକ୍ତିମନ୍ତ୍ରୀ ଆର.କେ ସିଂହ

କୋଇଲା ମହଜୁଦ ଉପରେ ଶକ୍ତି ମନ୍ତ୍ରାଳୟ ନଜର ରଖିଛି, କୋଇଲା ସଙ୍କଟ ନେଇ ଅଜଥା ଅପପ୍ରଚାର କରାଯାଉଛି।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ କୋଇଲା ସଂକଟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଜି ବୈଠକ ପରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ ସିଂହ ପ୍ରତିକ୍ରିୟା ଦେଇଛନ୍ତି, ଦେଶରେ କୌଣସି ପ୍ରକାର ବିଦ୍ୟୁତ ସଙ୍କଟ ନାହିଁ ବୋଲି ସେ କହିଛନ୍ତି । କୋଇଲା ମହଜୁଦ ଉପରେ ଶକ୍ତି ମନ୍ତ୍ରାଳୟ ନଜର ରଖିଛି, କୋଇଲା ସଙ୍କଟ ନେଇ ଅଜଥା ଅପପ୍ରଚାର କରାଯାଉଛି।

ଏନେଇ ଆମେ ଟାଟା ପାୱାର CEOଙ୍କୁ ଚେତାବନୀ ଦେଇଛୁ । ଉପଭୋକ୍ତାଙ୍କୁ କୌଣସି ଭିତ୍ତିହୀନ ମେସେଜ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆର.କେ ସିଂହ କହିଛନ୍ତି।ଏହି ବୈଠକରେ କୋଇଲା ଅଭାବର ମୁକାବିଲା ପାଇଁ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏଥି ସହିତ, ଏହି ବୈଠକ ପରେ ଆର.କେ ସିଂ କହିଛନ୍ତି ଯେ ଆଜି ଆମର ଚାରି ଦିନରୁ ଅଧିକ କୋଇଲା ଷ୍ଟକ୍ ଅଛି, ଆମର ପ୍ରତିଦିନ ଷ୍ଟକ୍ ଅଛି। ଗତକାଲି ଯେତିକି ଖର୍ଚ୍ଚ ହୋଇଥିଲା ସେତିକି କୋଇଲା ଷ୍ଟକ୍ ଆସି ସାରିଛି ।

ସେ କହିଛନ୍ତି ଯେ ପୂର୍ବ ପରି ୧୭ ଦିନ କୋଇଲା ର ଷ୍ଟକ୍ ନାହିଁ କିନ୍ତୁ ୪ ଦିନର ଷ୍ଟକ୍ ଅଛି । କୋଇଲା ପାଇଁ ଏହି ପରିସ୍ଥିତି ହେଉଛି କାରଣ ଆମର ଚାହିଦା ବୃଦ୍ଧି ପାଇଛି ଏବଂ ଆମଦାନୀ ହ୍ରାସ କରିଛୁ । ଆମକୁ କୋଇଲା ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ପଡିବ, ଆମେ ଏଥିପାଇଁ ପଦକ୍ଷେପ ନେଉଛୁ ।ସେହିପରି ଦିଲ୍ଲୀରେ କୌଣସି ସଂଙ୍କଟ ନାହିଁ, ମିଛରେ ଦ୍ୱନ୍ଦ ବଢାଯାଉଛି ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂ କହିଛନ୍ତି । ଦିଲ୍ଲୀରେ ବିଦ୍ୟୁତ ସଙ୍କଟ ସମ୍ପର୍କରେ କେ ସିଂ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ଯେତିକି ବିଦ୍ୟୁତ୍ ଆବଶ୍ୟକ ହେଉଛି ତାହା ଯୋଗାଇ ଦିଆଯାଉଛି ଏବଂ ଏହା ଜାରି ରହିବ।

Leave a Reply

Your email address will not be published. Required fields are marked *