ମନ୍ କି ବାତ୍ ରେ ପ୍ରଶଂସିତ ହେଲେ ଓଡ଼ିଆ ପୁଅ ରାହୁଲ

ମନ୍ କି ବାତ୍ ରେ ପ୍ରଶଂସିତ ହେଲେ ଓଡ଼ିଆ ପୁଅ ରାହୁଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜି ‘ମନ କି ବାତ୍’ରେ ଓଡିଆ ପୁଅଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୮୭ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଜଣେ ଓଡିଆ ପୁଅଙ୍କ ପ୍ରଶଂସା କରିଛନ୍ତି । ସେ ହେଉଛନ୍ତି ପୁରୀର ରାହୁଲ ମହାରଣା। ସେ ଜଣେ ପରିବେଶ ପ୍ରେମୀ । ଆଜିକାଲି ପ୍ଲାଷ୍ଟିକ କବଳରେ ଯେପରି ଆମ ପରିବେଶ ଯେପରି ଅଣନିଃଶ୍ୱାସୀ ହୋଇପଡୁଛି ସେନେଇ ଚିନ୍ତିତ ରାହୁଲ । ତେଣୁ ବୁଲି ବୁଲି ବିଭିନ୍ନ ସ୍ଥାନରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ସଫା କରୁଛନ୍ତି । ପ୍ରତି ରବିବାର ସକାଳୁ ତୀର୍ଥ କ୍ଷେତ୍ରରେ ପଡିଥିବା ପ୍ଲାଷ୍ଟିକ୍ ଆର୍ବଜନା ଗୁଡିକୁ ସେ ସଫା କରିଥାନ୍ତି । ୨୨ ବର୍ଷିୟ ରାହୁଲ ପୁରୀ, କୋଣାର୍କ ସହ ବିଭିନ୍ନ ସ୍ଥାନରେ ବୁଲି ବୁଲି ପ୍ଲାଷ୍ଟିକ୍ ଆବର୍ଜନାଗୁଡିକୁ ସଫା କରିଥାନ୍ତି । ବିଶେଷକରି ନଦୀ ଏବଂ ସମୂଦ୍ରକୂଳରେ ପଡୁଥିବା ପ୍ଲାଷ୍ଟିକ ଆବର୍ଜନକୁ ସଫା କରିଥାନ୍ତି ରାହୁଲ । ପ୍ଲାଷ୍ଟିକ୍ ରହିଲେ ନଦୀ ଏବଂ ସମୂଦ୍ର କୂଳରେ ଗଛ ଉଠିବାରେ ବାଧା ସୃଷ୍ଟି କରିଥାଏ । ତେଣୁ ଏସବୁ ଆବର୍ଜନାକୁ ହଟାଇ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ଚେଷ୍ଟା କରିଥାନ୍ତି । ଏପର୍ଯ୍ୟନ୍ତ ଶହ ଶହ କିଲୋର ପ୍ଲାଷ୍ଟିକ ବର୍ଜ୍ୟ ସଫା କରି ରେକର୍ଡ କରିଛନ୍ତି ରାହୁଲ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: