ବିଶ୍ୱକପରୁ ଅଭିଯାନ ଶେଷ କଲା ଭାରତ ମହିଳା ଟିମ୍

ବିଶ୍ୱକପରୁ ଅଭିଯାନ ଶେଷ କଲା ଭାରତ ମହିଳା ଟିମ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହିଳା ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ କର ବା ମର ମୁକାବିଲାରେ ଭାରତ ୩ ୱିକେଟରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ଶେଫାଳୀ ବର୍ମା (୫୩), ସ୍ମୃତି ମାନ୍ଧାନା (୭୧) ଓ ମିଥାଲୀ ରାଜ (୭୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୭୫ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଥିଲା । ଏହି ରୋମାଂଚକ ମୁକାବିଲାରେ ଶେଷ ଓଭରରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୭ ରନ ଆବଶ୍ୟକ ହେଉଥିଲା । ଦୀପ୍ତି ଶର୍ମା ଭଲ ବୋଲିଂ କରି ମ୍ୟାଚକୁ ଶେଷ ବଲକୁ ନେଇ ଆସିଥିଲେ । ଆଉ ୩ ରନ ଆବଶ୍ୟକ ହେଉଥିବା ବେଳେ ଦୀପ୍ତି ନୋ ବଲ ପକାଇଥିଲେ । ଏହା ପରେ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଜିତି ନେଇଥିଲା । ମିଗ୍ନାନ ଡୁ ପ୍ରିତ ମ୍ୟାଚ ବିଜୟୀ ୫୨ ରନର ଇନିଂସ ଖେଳିଥିଲେ । ଏଥିସହ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: