ଗୋଟେ ବି ମଶା ନାହାନ୍ତି ଏଠି

ଗୋଟେ ବି ମଶା ନାହାନ୍ତି ଏଠି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମଶାମାନଙ୍କ ଉତ୍ପାତ କଥା କିଏ ବା ନ ଜାଣେ। ମଶାମାନେ ମଣିଷ ପରିବେଶ ଚାରି ଆଡ଼େ ବୁଲି ବିଭିନ୍ନ ରୋଗ ସୃଷ୍ଟି କରିବା ସହ କାମୁଡ଼ି ଦେହ ମୁଣ୍ଡ ଫୁଲେଇ ଦିଅନ୍ତି । ବେଳେ ବେଳେ ଆମେ ମଶା କାମୁଡ଼ାରେ ଅତିଷ୍ଠ ହୋଇ କହୁ ଯେ ଏଇ ମଶା ନଥାନ୍ତେ କି? ହେଲେ ସେମିତି କେବେ ହୁଏନି ଆମ ଦେଶ ବା ରାଜ୍ୟରେ। କିନ୍ତୁ ଏମିତି ଏକ ସ୍ଥାନ ଅଛି ଯେଉଁଠି ଗୋଟିଏ ବି ମଶା ନାହାନ୍ତି। ଆପଣଙ୍କୁ ହୁଏତ କଥାଟି ମିଛ ଲାଗିପାରେ। କିନ୍ତୁ ପୃଥିବୀରେ ମଧ୍ୟ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଗୋଟିଏ ବି ମଶା ନାହାନ୍ତି। ଆଇସଲ୍ୟାଣ୍ଡ ଦୁନିଆର ସେହି ବିରଳ ସ୍ଥାନ ମଧ୍ୟରୁ ଗୋଟିଏ l ଯେଉଁ ଠାରେ ଗୋଟିଏ ବି ମଶା ଦେଖା ଯାଆନ୍ତି ନାହିଁ।

ଏଠାରେ କାହିଁକି ମଶା ନାହିଁ ବୋଲି ଅନେକ ପ୍ରକାରର ଗବେଷଣା ହେଉଥିଲେ ହେଁ ଏପର୍ଯ୍ୟନ୍ତ ସଠିକ୍ ଉତ୍ତର ମିଳିନାହିଁ। ସବୁଠାରୁ ବଡ କଥା ହେଉଛି ଏଠାରେ ସେଭଳି ଏତେ ଥଣ୍ଡା ମଧ୍ୟ ନାହିଁ, ହ୍ରଦ ଏବଂ ପୋଖରୀ ମଧ୍ୟ ରହିଛି। ଯେଉଁଠାରେ ମଶା ପ୍ରାୟତଃ ବୃଦ୍ଧି ପାଇଥାନ୍ତି। ଏହା ସତ୍ତ୍ଵେ ଏଠାରେ ଗୋଟିଏ ବି ମଶା ନାହିଁ। ଯେତେବେଳେ କି ଏହାର ପଡୋଶୀ ଦେଶ ସ୍କଟଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ଡେନମାର୍କ, ନରୱେ ମଶାରେ ପରିପୂର୍ଣ୍ଣ।

କେତେକ ବିଶେଷଜ୍ଞ କହିଛନ୍ତି ଯେ ଆଇସଲ୍ୟାଣ୍ଡର ସାମୁଦ୍ରିକ ପରିବେଶ ଏଠାରେ ମଶାକୁ ବୃଦ୍ଧି କରିବାକୁ ଦିଏ ନାହିଁ। ବର୍ଷକୁ ତିନିଥର ଏଠାରେ ପ୍ରବଳ ଶୀତ ଥିବାବେଳେ ତୁଷାର ତରଳି ଥାଏ । ଯେଉଁ କାରଣରୁ ମଶାମାନେ ସେମାନଙ୍କର ଅସ୍ତିତ୍ୱ ବଜାୟ ରଖିପାରନ୍ତି ନାହିଁ। ଏଥି ସହିତ କିଛି ଲୋକ କୁହନ୍ତି ଯେ ଏଠାରେ ଥିବା ମାଟି ଏବଂ ବାୟୁରେ ଏପରି ରାସାୟନିକ ସରଞ୍ଚନା ଅଛି, ଯାହା ମଶା ପାଇଁ ଉପଯୁକ୍ତ ନୁହେଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: