ମେକାନିକାଲ ଇଞ୍ଜିନିୟରଙ୍କ ବୁଦ୍ଧି, ସ୍ତ୍ରୀଙ୍କୁ ଉପହାର ଦେଲେ ଲିଫ୍ଟ

ମେକାନିକାଲ ଇଞ୍ଜିନିୟରଙ୍କ ବୁଦ୍ଧି, ସ୍ତ୍ରୀଙ୍କୁ ଉପହାର ଦେଲେ ଲିଫ୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍ୱାମୀ- ସ୍ତ୍ରୀକୁ ଶାଢ଼ୀ, ଦାମୀ ଗହଣା, ଗାଡ଼ି ବା ଘର ଗିଫ୍ଟିରେ ଦେବାର ଶୁଣିଥିବେ ବା ଦେଖିଥିବେ। ହେଲେ କିଏ କେବେ କାହାକୁ ଲିଫ୍ଟ ଉପହରରେ ଦେବାର ଶୁଣିଛନ୍ତି କି? ହୁଏତ ଆପଣଙ୍କ ଉତ୍ତର ନା ଆସିପାରେ! ଏମିତି ଗୋଟିଏ ସତସତିକା ଘଟଣା ପାଟଣାରୁ ସମ୍ନାକୁ ଆସିବା ସହ ସୋସିଆଲ ମିଡିଆରେ ସେହି ଉପହାରର ଫଟୋ ବେଶ ଭାଇରାଲ ହେଉଛି। ପାଟଣାର ଜଣେ ମେକାନିକାଲ ଇଞ୍ଜିନିୟର ଘରେ ଏକ ବିଶେଷ ଧରଣର ଲିଫ୍ଟ ଲଗେଇ ତାଙ୍କ ସ୍ତ୍ରୀଙ୍କୁ ଉପହାର ସ୍ବରୂପ ଦେଇଛନ୍ତି। ତେବେ ଏହି ଲିଫ୍ଟରେ ମଣିଷ ନୁହନ୍ତି ବରଂ ଗୋଟିଏ ମହଲରୁ ଅନ୍ୟ ମହଲାକୁ ଚା-ସ୍ନାକ୍ସ ଏବଂ ଖାଦ୍ୟ ଯାଇଥାଏ। ଏହାକୁ ଖାଦ୍ୟ ବୁହା ଲିଫ୍ଟ କହିଲେ ଭୁଲ ହେବନି। ଏଭଳି ପରିସ୍ଥିତିରେ ଘରର ଲୋକ ବା ଅତିଥିମାନେ ଯେକୌଣସି ଫ୍ଲୋର ରେ ଥିଲେ ମଧ୍ୟ ଲିଫ୍ଟ ଦେଇ ସେମାନଙ୍କ କୋଠରୀକୁ ଖାଦ୍ୟ ସୁରୁଖୁରୁରେ ପହଞ୍ଚି ଯିବ। ଏହି ଅନନ୍ୟ ଉପହାର ପାଇ ଅନୁଜଙ୍କ ପତ୍ନୀ ବହୁତ ଖୁସି ଅଛନ୍ତି। ଅନୁଜ କହିଛନ୍ତି ଯେ ଥରେ ଆମ ଘରକୁ ବହୁ ସଂଖ୍ୟାରେ ଅତିଥି ଆସିଥିଲେ, ଯେଉଁଥିପାଇଁ ମୋ ପତ୍ନୀଙ୍କୁ ଅନେକ ଥର ସିଡ ଚଢ଼ି ତଳ ଉପର ହେବାକୁ ପଡିଲା। ତାହାରି ଭିତରେ ସେ ପଡ଼ିଯାଇଥିଲେ ମଧ୍ୟ,ସେବେଠାରୁ ମୁଁ ଏପରି ଲିଫ୍ଟ ତିଆରି କରିବାକୁ ଚିନ୍ତା କରିଥିଲି। ମୁଁ ଭାବିଥିଲି ଏପରି କ’ଣ କରିବି ଯାହା ଦ୍ଵାରା ମୋ ପତ୍ନୀଙ୍କୁ ରୋଷେଇ ଘରୁ ଅଧିକ ଥର ବାହାରକୁ ଆସିବାକୁ ପଡ଼ିବ ନାହିଁ।ବହୁତ୍ ଚିନ୍ତା କରିବା ପରେ ମୁଁ କେବଳ ଖାଦ୍ୟ ବହନ କରୁଥିବା ଏକ ଲିଫ୍ଟ ନିର୍ମାଣ କରିବାକୁ ସ୍ଥିର କଲି।
ସେ କହିଛନ୍ତି ଯେ କରୋନା ସମୟରେ ଏହା ସାମାଜିକ ଦୂରତା ବଜାୟ ରଖିବା ସହ ଲୋକମାନେ ଅଧିକ କଷ୍ଟ ପାଇବେ ନାହିଁ।
ଏହି ଲିଫ୍ଟର ବିଶେଷତ୍ୱ ​​ହେଉଛି ଯେ ଯେକୌଣସି ଫ୍ଲୋର ରେ ଥିବା ବ୍ୟକ୍ତି ନିଜ ଇଚ୍ଛା ଅନୁଯାୟୀ କୁଆଡେ ନଯାଇ ଅନ୍ୟ ଫ୍ଲୋରରୁ ସେଠାରେ ଖାଦ୍ୟ ସାମଗ୍ରୀ ପାଇପାରିବେ। ଯଦି କୌଣସି ଅତିଥି ଏବେ ଅନୁଜଙ୍କ ଘରକୁ ଆସନ୍ତି, ତେବେ କାହାକୁ ବାରମ୍ବାର ଖାଇବା ପିଇବା ପାଇଁ ତଳ ଉପର ହେବାକୁ ପଡ଼ିବନି। ବାସ ମୋବାଇଲରେ କଲ କରି କେବଳ ଅର୍ଡର ଦେବା ମାତ୍ରେ ଇଚ୍ଛା ଅନୁଯାୟୀ ଗରମ କିମ୍ବା ଥଣ୍ଡା ଖାଦ୍ୟ ପାନ୍ୟ ତୁରନ୍ତ ଆସି ପହଞ୍ଚି ଯିବ।
ତେବେ ଅନେକ ସୁବିଧା ରହିଥିବା ଏହି ଜଳଖିଆ ଲିଫ୍ଟ ଆଖପାଖ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।ଲୋକମାନେ ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସୁଛନ୍ତି। ଏବଂ ତାଙ୍କ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି। ଅନୁଜଙ୍କ ପତ୍ନୀ କାଜଲ କହିଛନ୍ତି ଯେ ପୂର୍ବରୁ ଯେତେବେଳେ ସ୍ୱାମୀ ମୋତେ ଏହି ଲିଫ୍ଟ ବିଷୟରେ କହିଥିଲେ, ମୁଁ ଭାବିଲି ସେ ଥଟ୍ଟା କରୁଛନ୍ତି, କିନ୍ତୁ ଆଜି ଯେତେବେଳେ ତାଙ୍କ କଥା ସତ ହୋଇଛି, ମତେ ବହୁତ ଖୁସି ଲାଗୁଛି। ସେ କହିଛନ୍ତି ଯେ ଅଧିକାଂଶ ସ୍ୱାମୀ ନିଜ ପତ୍ନୀଙ୍କୁ ଉପହାର ସ୍ୱରୂପ ସୁନା ଓ ରୂପା ଅଳଙ୍କାର ଦିଅନ୍ତି, କିନ୍ତୁ ମୋ ସ୍ୱାମୀ ମୋତେ ଲିଫ୍ଟ ଦେଇଛନ୍ତି। ମୁଁ ଏହି ପ୍ରକାରର ଲିଫ୍ଟ ବିଷୟରେ କୌଣସି ସ୍ଥାନରେ ଦେଖି ନାହିଁ କି ଶୁଣି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ମୋତେ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ । ଗୋଟିଏ ଫୋନ୍ କଲ ଆସେ ଏବଂ ମୁଁ ଚା, ପାଣି, ଖାଦ୍ୟ ପ୍ରସ୍ତୁତ କରି ରୋଷେଇ ଘରକୁ ପଠାଇ ଦିଏ ଏବଂ ମତେ କୌଣସି ଅସୁବିଧା ହୁଏନି, କି ବାରମ୍ବାର ସିଡି ଚଢ଼ିବାକୁ ପଡୁନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: