୨ ବର୍ଷ ଯାଏ ସରକାରୀ ଚାକିରି ନାହିଁ

୨ ବର୍ଷ ଯାଏ ସରକାରୀ ଚାକିରି ନାହିଁ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଆସନ୍ତା ଦୁଇ ବର୍ଷ ଯାଏ ସରକାରୀ ଚାକିରି ନାହିଁ । କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ହିଁ ନୂଆ ପୋଷ୍ଟ ବାହାରିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କୋରୋନା ଯୋଗୁ ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସେହିପରି ସରକାରୀ ଖର୍ଚ୍ଚରେ କେହି ବିଦେଶ ଯାତ୍ରା କରି ପାରିବେ ନାହିଁ । ଏହାସହ ସରକାରୀ ଖର୍ଚ୍ଚରେ ବିଜନେସ୍ କ୍ଲାସରେ ଯାତ୍ରା କରିବାକୁ ମଧ୍ୟ ମନା କରାଯାଇଛି । ଏନେଇ ପ୍ରମୁଖ ସଚିବ ଅଶୋକ ମୀନା ସବୁ ବିଭାଗକୁ ଚିଠି ଲେଖଛନ୍ତି ।

କୋରୋନା ପାଇଁ ସାରା ବିଶ୍ୱ ଏବେ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରେ । ତେଣୁ, ରାଜ୍ୟ ସରକାର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: