ଜୋରନ୍ଦା ମେଳାରେ ସାଧାରଣ ଲୋକଙ୍କୁ ମହିମାଗାଦି ମନା, ହେବନି ଖଣ୍ଡଗିରି ମେଳା

ଜୋରନ୍ଦା ମେଳାରେ ସାଧାରଣ ଲୋକଙ୍କୁ ମହିମାଗାଦି ମନା, ହେବନି ଖଣ୍ଡଗିରି ମେଳା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମେଳା । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମଗାଦିରେ ଏହି ମେଳା ବେଶ ତିନି ଦିନ ଧରି ପାଳିତ ହୋଇଥାଏ । ଏହି ମେଳାରେ ସାମିଲ ହେବା ପାଇଁ ସାରା ବିଶ୍ୱର ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ଯୋରନ୍ଦାକୁ ହୋଇଥାଏ । ମାତ୍ର ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁଁ ମହିମା ସାଧୁ ମାନେ ନିରାଶ ହୋଇଛନ୍ତି।ଜୋରନ୍ଦା ମେଳା ପାଇଁ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ସଭପତିତ୍ୱରେ ଜୋରନ୍ଦା ମେଳା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହ କଟକଣା ଜାରି କରାଯାଇଛି । ନିଷ୍ପତ୍ତି ମୁତାବକ ଚଳିତ ବର୍ଷ କେବଳ ମହିମା ସାଧୁ ମାନଙ୍କୁ ନେଇ ନୀତିକାନ୍ତି ମଧ୍ୟରେ ମେଳା ସୀମିତ ରହିବ। ମେଳା ସମୟରେ ସାଧାରଣ ଲୋକଙ୍କ ସମାଗମ ମହିମା ଗାଦିକୁ ମନା ହୋଇଛି । ଫଳରେ ମହିମା ସାଧୁ ମାନେ କେବଳ ମେଳା ପାଳିବେ ବୋଲି ନିଷ୍ପତି ହୋଇଛି। ଅନ୍ୟ ପକ୍ଷରେ ଏବର୍ଷ ବି ହେବ ନାହିଁ ଖଣ୍ଡଗିରି ମେଳା। ଖଣ୍ଡଗିରି ମେଳା ଓ ଯାତ୍ରା ପାଇଁ ଚଳିତ ଥର ମଧ୍ୟ ମିଳିଲାନି ଅନୁମତି। କରୋନା ପାଇଁ ଲାଗିଛି କଟକଣା। ଫଳରେ ଦ୍ବିତୀୟ ବର୍ଷ ପାଇଁ ଖଣ୍ଡଗିରି ମେଳା ସହ ଯାତ୍ରା ପରିବେଷଣ ବନ୍ଦ ରହିବ । କେବଳ ପରମ୍ପରା ରକ୍ଷା ପାଇଁ ସିମୀତ ଲୋକରେ ପୂଜାର୍ଚ୍ଚନା ହେବ। ତେବେ ଯାତ୍ରା ପରିବେଷଣ ପାଇଁ ଯାତ୍ରା ଦଳ, କଳାକାର କମିଟି ସମସ୍ତେ ନିରାଶ ହୋଇଛନ୍ତି ।ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟିମାନଙ୍କ ପକ୍ଷରୁ ଯାତ୍ରା ପରିବେଷଣ ନେଇ ପ୍ରଶାସନଠାରୁ ଅନୁମତି ଲୋଡିଥିଲେ। କମିଟିମାନେ ପ୍ରଥମେ ଭୁବନେଶ୍ବର ଡିସିପି ଏବଂ ପରେ ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ନିକଟରେ ଦରଖାସ୍ତ ଆବେଦନ କରିଥିଲେ । ତେବେ ଶେଷରେ କମିଟି ସଦସ୍ୟଙ୍କୁ ନିରାଶ ହେବାକୁ ପଡ଼ିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟଙ୍କ ପକ୍ଷରୁ ଅନୁମତି ଦିଆ ଯାଇନାହିଁ । ଚଳିତ ବର୍ଷ ଯାତ୍ରା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: