ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ପ୍ରିଜମ ନ୍ୟୁଜ ବ୍ୟୁରୋ:ତିନି ମହାନଗର ନିଗମ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇଲା ନଗର ଉନ୍ନୟନ ବିଭାଗ। ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ କଟକ ମହାନଗର ନିଗମର ମେୟର ପଦ ଅଣସଂରକ୍ଷିତ ଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଭୁବନେଶ୍ୱରର ୬୭ଟି ୱାର୍ଡ, କଟକର ୫୯ଟି ୱାର୍ଡ ଓ ବ୍ରହ୍ମପୁରର ୪୨ଟି ୱାର୍ଡରେ ନିର୍ବାଚନ ହେବ । ଭୁବନେଶ୍ୱରର ୨ ଓ ୩୪ ଓ ୧୩ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ୩୬, ୧୮ ଓ ୨୧ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରଖାଯାଇଛି । ୨୨ ଓ ୨୬ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୮ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ତେବେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ଏଥି ପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: