କ୍ରାଇମବ୍ରାଞ୍ଚ କବ୍‌ଜାରେ ଜମତରା ଗ୍ୟାଙ୍ଗର ୩ ସଦସ୍ୟ

କ୍ରାଇମବ୍ରାଞ୍ଚ କବ୍‌ଜାରେ ଜମତରା ଗ୍ୟାଙ୍ଗର ୩ ସଦସ୍ୟ

ପ୍ରିଜମ ନ୍ୟୁଜ ବ୍ୟୁରୋ:କୁଖ୍ୟାତ ସାଇବର ଲୁଟେରା ଜମତରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ରାଜ୍ୟରେ KYC ଅପଡେଟ ନାଁରେ ଗ୍ରାହକଙ୍କ ତଥ୍ୟ ନେଇ କରୁଥିଲେ ସାଇବର ଲୁଟ୍‌ । ଭୁବନେଶ୍ୱର କ୍ରାଇମବ୍ରାଞ୍ଚ କବ୍‌ଜାରେ ପଡ଼ିଛନ୍ତି ଏହି ୩ ଜଣିଆ ଜମତରା ଗ୍ୟାଙ୍ଗ । KYC ଅପଡେଟ୍‌ ନାଁରେ ଆକାଉଣ୍ଟରୁ ଟଙ୍କା ଗାଏବ କରୁଥିଲେ। ଗ୍ରାହକଙ୍କଠାରୁ ବିଭିନ୍ନ ତଥ୍ୟ ନେଇ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଲୁଟୁଥିଲେ । ବିଭିନ୍ନ ଅଭିଯୋଗକୁ ଆଧାର କରି ଚାଲିଥିଲା ଖାନତଲାସ । ଜମତରା ଗ୍ୟାଙ୍ଗର ଗିରଫ ୩ ଅଭିଯୁକ୍ତ ହେଲେ ପ୍ରଦ୍ୟୁମ୍ନ, କ୍ରିଷ୍ଣା କୁମାର ଓ ଚେତଲାଲ ମଣ୍ଡଳ । ଏହାସହ ୧୧ଟି ମୋବାଇଲ, ୨ ଲାପଟପ, ୩୩ଟି ସିମ୍‌ ଜବତ । ବ୍ୟାଙ୍କ ଓ ମୋବାଇଲ ତଥ୍ୟ କୋଲ୍‌କାତାରୁ ଥାର୍ଡ ପାର୍ଟିଠୁ କିଣୁଥିଲେ। ଓଡ଼ିଶା ସମେତ ୨୦ଟି ରାଜ୍ୟର ଲୋକଙ୍କଠାରୁ ଫ୍ରଡ୍‌ କରୁଥିଲେ। NCRP ତଥ୍ୟ ଅନୁସାରେ ପ୍ରାୟ ୧୭୧ ଜଣଙ୍କୁ ଠକିଛନ୍ତି ଏମାନେ। ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ। ସାମ୍ବାଦିକ ସମ୍ମିଳନୀରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଦେଲେ ସୂଚନା। ଓଡ଼ିଶାରେ କେତେ ଲୋକଙ୍କୁ ଠକିଛନ୍ତି ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: