ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୪୫ ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୩୪୭କୁ ବୃଦ୍ଧି

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୪୫ ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୩୪୭କୁ ବୃଦ୍ଧି

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ପୁଣି ଚିହ୍ନଟ ହେଲେ ଆଉ ୧୪୫ ନୂଆ ଓମିକ୍ରନ୍ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୪୭କୁ ବୃଦ୍ଧି ପାଇଛି । ଏହି ନୂଆ ୧୪୫ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ ILS ଜଣାଇଛି । ରାଜ୍ୟରେ ପ୍ରଥମ କରି ଡିସେମ୍ବର ୨୧ ତାରିଖରେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ ଡିସେମ୍ବର ୨୩ ତାରିଖରେ ଆଉ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୬ ତାରିଖରେ ୪ ଜଣ, ୨୯ ତାରିଖରେ ଜଣେ, ୩୦ ତାରିଖରେ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜାନୁଆରୀ ୨ ତାରିଖରେ ହଠାତ୍ ୨୩ ଜଣ, ୫ ତାରିଖରେ ୨୪ ଜଣ, ୮ ତାରିଖରେ ୧୪ ଜଣ, ୧୨ ତାରିଖରେ ୬୭ ଜଣ, ୧୫ ତାରିଖରେ ୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ ତାରିଖରେ ୧୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ୩୪୭କୁ ବୃଦ୍ଧି ହୋଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: